ଗୋଆରେ କ’ଣ ହେବ କଂଗ୍ରେସର ସ୍ଥିତି ? ବିଜେପିରେ ଏକାସଙ୍ଗେ ମିଶିପାରନ୍ତି ୮ ବିଧାୟକ

ନୂଆଦିଲ୍ଲୀ: ଗୋଆରେ ଲାଗିପାରେ କଂଗ୍ରେସକୁ ବଡ଼ ଧରଣର ଝଟକା । ବିଜେପିରେ ମିଶି ପାରନ୍ତି କଂଗ୍ରେସର ବହୁ ବରିଷ୍ଠ ବିଧାୟକ । ମିଳିଥିବା ସୂଚନା​ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ ତାଙ୍କ ସହ କଂଗ୍ରେସର ୮ଜଣ ବିଧାୟକ ହାତଛାଡ଼ି ପଦ୍ମ ପୋଖରୀ ମୁହାଁ ହୋଇଥିବା ଜଣାପଡ଼ିଛି । ଏହାକୁ ନେଇ ବିଧାୟକଙ୍କ ପକ୍ଷରୁ ଏକ ବୈଠକ ବସିଥିବା ସୂଚନା ମିଳିଛି । ବିରୋଧୀ ଦଳର ନେତା ମାଇକେଲ ଲୋବୋ ମଧ୍ୟ ବିଜେପିରେ ସାମିଲ ହେବା ନେଇ କୁହାଯାଉଛି ।

prayash

ସେପଟେ ଗୋଆ ବିଜେପି ସଭାପତି ସଦାନନ୍ଦ ସେଠ ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଖୁବଶୀଘ୍ର କଂଗ୍ରେସର ୮ଜଣ ବିଧାୟକ ବିଜେପିରେ ଯୋଗଦେବେ । ଏହି ଆଠଜଣଙ୍କ ମଧ୍ୟରେ କଂଗ୍ରେସର ବହୁ ବଡ଼ ବଡ଼ ନେତା ରହିଛନ୍ତି । ଗୋଆର ୪୦ ବିଧାନସଭା ଆସନରୁ ବିଜେପି ପାଖରେ ମୋଟ୍‌ ୨୦ଟି ଆସନ ରହିଥିବା ବେଳେ କଂଗ୍ରେସ ହାତରେ ରହିଛି ୧୧ଟି ଆସନ । ସେହିପରି ୯ଟି ଆସନ ଅନ୍ୟାନ୍ୟ ଦଳଙ୍କ ପାଖରେ ରହିଛି । ଏପରି ପରିସ୍ଥିତିରେ କଂଗ୍ରେସର ବିଧାୟକ ମାନେ ଯଦି ବିଜେପିରେ ସାମିଲ ହୁଅନ୍ତି ତେବେ କଂଗ୍ରେସ ଉପରେ ଏହାର ପ୍ରଭାବ ଭାରି ପଡ଼ିବ । କୁହାଯାଉଛି କଂଗ୍ରେସ ହାତରେ କେବଳ ରହିବ ୩ଟି ଆସନ ।

ଆଉ ବିଜେପିର ବିଧାନସଭା ଆସନ ସଂଖ୍ୟା ୨୮କୁ ବୃଦ୍ଧି ପାଇବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫାଲଦେସାଇ, କେଦାର ନାୟକ, ସଙ୍କଳ୍ପ ଆମୋନକର, ଆଲେକ୍ସୋ ସେକିରା କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଏହି ବିଧାୟକ ମାନେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତୁଙ୍କ ଭେଟିଥିବା ଜଣାପଡ଼ିଛି । ପରେ ଖୁବଶୀଘ୍ର ଏହି ବିଧାୟକ ମାନେ ବିଜେପିରେ ସାମିଲ ହେବ ବୋଲି କୁହାଯାଉଛି । ସେପଟେ କଂଗ୍ରେସ ତାର ସ୍ଥିତିକୁ ମଜଭୁତ କରିବାକୁ ଭାରତ ଯୋଡ ଅଭିଯାନ ଆରମ୍ଭ କରିଥିବା ବେଳେ, ଏପରି ସମୟରେ ଗୋଆ କଂଗ୍ରେସ ନେତାଙ୍କ ଦଳ ଡିଆଁ ହେବାର ଚର୍ଚ୍ଚ କଂଗ୍ରେସକୁ ଚିନ୍ତାରେ ପକାଇଛି ।

kalyan agarbati

Comments are closed.