www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଟକ ବାଲିଯାତ୍ରାରେ ବଲିଉଡ୍ ନାଇଟ୍ ନେଇ ଜିଲାପାଳଙ୍କ ସୂଚନା.. ସୋନୁ ନିଗମ, ସୁରେଶ ଓ୍ବାଡକର ପ୍ରମୁଖ ଆସିବେ.. ନୂଆ ଡ୍ରୋନ୍ ଶୋ’ ଓ ଲେଜର ଶୋ’ରେ ଝୁମିବେ ଦର୍ଶକ.. ସବୁଜ ବାଣ ପ୍ରଦର୍ଶନୀ ମଧ୍ୟ ହେବ ବୋଲି କହିଲେ କଟକ ଜିଲାପାଳ..

୬ଟି ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର.. ଗହମ, ବାଜରା, ବୁଟ, ମସୁର ଡାଲି, ସୋରିଷ ଏବଂ କୁସୁମ ଫୁଲର ଏମଏସପି ବଢ଼ିଲା.. କେନ୍ଦ୍ର କ୍ୟାବିନେଟ ବୈଠକରେ ମିଳିଲା ଅନୁମୋଦନ..

- Advertisement -

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢ଼ିଲା.. ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ମିଳିଲା ଅନୁମୋଦନ.. ୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତ ହେଲା ମହଙ୍ଗା ଭତ୍ତା..

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା..  ସୁରିନ୍ଦର ଚୌଧୁରୀ ଜମ୍ମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ..

ରାଜଧାନୀ ଭୁବନେଶ୍ଵରରେ ବଡ଼ ଧରଣର ସାଇବର ଠକେଇ ଯୋଜନା ପଣ୍ଡ କଲା କମିଶନରେଟ ପୁଲିସ.. ଆପାର୍ଟମେଣ୍ଟରୁ ଠାବ ହେଲା ଅନେକ ଡିଜିଟାଲ ଡିଭାଇସ୍‌.. ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ କରି ଏକାଧିକ ଲୋକଙ୍କୁ ଅଟକ ରଖିଛି ପୁଲିସ..

ଗଜଲକ୍ଷ୍ମୀ ପୂଜା ପାଇଁ ଗାଁଠୁ ସହର ଚଳଚଞ୍ଚଳ.. ମା’ଙ୍କ ଆବାହନ ପାଇଁ ସଜେଇ ହୋଇଛି ପୂଜା ପେଣ୍ଡାଲ.. ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଅତି ଆଡ଼ମ୍ବର ଆୟୋଜନ, ସୁନା ଓ ଚାନ୍ଦି ମେଢ ମୁଖ୍ୟ ଆର୍କଷଣ, ୧୧ ଦିନ ଧରି ଚାଲିବ ପୂଜା..

ମହାପ୍ରଭୁଙ୍କ ଘିଅର ମାନକୁ ନେଇ ବଢିଲା ତତ୍ପରତା.. ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଦୀପରେ ଲାଗିବ କେବଳ ଓମଫେଡ୍ ଘିଅ.. ଓମଫେଡକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ.. ଆବଶ୍ୟକତା ଦୃଷ୍ଟିରୁ ସ୍ଵତନ୍ତ୍ର ଡିପୋ ବ୍ୟବସ୍ଥା ସହ ଦାମ୍ କମାଇବାକୁ ଅନୁରୋଧ.. ଅନ୍ୟ ଘିଅ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ..

୭୮ ବର୍ଷ ବୟସରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଭିନ୍ନ ମହଲରୁ ଶୁଭେଚ୍ଛା.. ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ..

ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ.. ବିଜେପି ବିଧାୟକ ଦଳ ବୈଠକରେ ବାଜିଲା ମୋହର..

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories