ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨୦୦୬ ବ୍ୟାଚର ୫ ଆଇପିଏସଙ୍କ ଆଇଜି ପାହ୍ୟାକୁ ପଦୋନ୍ନତି.. ଡିଆଇଜି ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଲେ.. ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରିଷ୍ଣା ଓ ସୁଦ୍ଧା ସିଂହଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି..

୨୦୧୦ ବ୍ୟାଚର ୬ ଆଇପିଏସଙ୍କ ଡିଆଇଜି ଭାବେ ପଦୋନ୍ନତି.. ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂହ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, ଶିବା ସୁବ୍ରମଣିଙ୍କୁ ଡିଆଇଜି ଭାବେ ପଦୋନ୍ନତି..

କେନ୍ଦ୍ରୀୟ ଡେପୁଟେସନରେ ଥିବା ଘନଶ୍ୟାମ ଉପାଧ୍ୟାୟ ଏଡିଜି ହେଲେ.. ୧୯୯୯ ବ୍ୟାଚର ଆଇପିଏସ ଉପାଧ୍ୟାୟଙ୍କୁ ଏଡିଜି ଭାବେ ପଦୋନ୍ନତି..

ବଡ଼ମ୍ବା: ଜଙ୍ଗଲରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର.. ନିଜଗଡ଼ ନିକଟ ଜଙ୍ଗଲରୁ ଉଦ୍ଧାର.. ହାତୀର ବୟସ ପ୍ରାୟ ୧୭ ବର୍ଷ..

କୁକୁରଙ୍କ ପାଇଁ ମଶାଣି କରିବ ଭୁବନେଶ୍ବର ମହାନଗର ନିଗମ.. ମଶାଣି ସ୍ଥାନ ଚିହ୍ନଟ ହୋଇଛି, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ.. ବିଏମସିର ୩ଟି ଜୋନରେ ୩ଟି ଗାଡ଼ି ବୁଲି ମଲା କୁକୁରଙ୍କୁ ମଶାଣିକୁ ନେବ..

ବୌଦ୍ଧରେ ଜିଏସଟି ଚଢ଼ାଉ.. ପୋଡ଼ପୋଡ଼ାସ୍ଥିିତ ରୋଶନି ଟ୍ରେଡର୍ସରେ ଜିଏସଟି ଚଢ଼ାଉ.. ସମ୍ବଲପୁରର ସିଟି ଜିଏସଟି ପକ୍ଷରୁ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ..

ଜେଡିୟୁରେ ବଡ଼ ପରିବର୍ତ୍ତନ.. ଇସ୍ତଫା ଦେଲେ ଲଲନ ସିଂହ.. ନୀତୀଶ କୁମାର ନୂଆ ମୁଖିଆ..

ବଦଳିଲା ନୌସେନା ଆଡମିରାଲଙ୍କ କାନ୍ଧରେ ପିନ୍ଧାଯାଉଥିବା ଏପୋଲେଟ୍‌ସ ଡିଜାଇନ୍‌..

ବିଏସକେୱାଇ-ନବୀନ କାର୍ଡର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ.. ରାସନ କାର୍ଡ ନଥିଲେ ମଧ୍ୟ ମିଳିବ ବିଏସକେୱାଇ-ନବୀନ କାର୍ଡ..

ଭୁବନେଶ୍ବର: କମିଶନରେଟ୍ ପୁଲିସକୁ ବଡ ସଫଳତା.. ଘରେ ପଶି ଲୁଟ୍ ମାମଲାରେ ୪ ଗିରଫ..

ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା.. ସୁରକ୍ଷା ବ୍ୟବସ୍ଥା ୫ ଭାଗରେ ବିଭକ୍ତ.. ୯ଟି ସେକ୍ଟର କରାଯିବ – ଏସ୍‌‌ପି.. ପୁରୀ ବଡଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ଗ୍ରୀନ୍‌‌ କରିଡର ହେବ..

ବ୍ୟାଙ୍କ ଟ୍ରେଜେରୀ ଭାଙ୍ଗି ୧୪ ଲକ୍ଷ ଲୁଟ୍‌‌ ଅଭିଯୋଗ..

ହାଉସ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ଘଟଣା .. ଭୀମଭୋଇ ମେଡିକାଲରେ ଉତ୍ତେଜନା..

ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି..

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ.. ମା’ ମାଣିକେଶ୍ୱରୀଙ୍କ ନାଁରେ ନାମିତ ହେଲା ବିଶ୍ୱବିଦ୍ୟାଳୟ..

 

Comments are closed.