www.samajalive.in
Sunday, December 7, 2025
13.1 C
Bhubaneswar

ରାଜ୍ୟରେ ଚିହ୍ନଟ ହେଲେ ୬୮୦ ନୂଆ କରୋନା ରୋଗୀ; ଜଣେ ମୃତ

ଭୁବନେଶ୍ୱର: ତୃତୀୟ ଲହରରେ ସଂପ୍ରତି ପ୍ରତିଦିନ ଲମ୍ବା ଡିଆଁ ମାରୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ଅଧିକ ପ୍ରାୟ ୨୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ପୂର୍ବରୁ ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଥିସହିତ ରାଜ୍ୟରେ ପୁଣି କରୋନା ମହାମାରୀର ବିଭୀଷିକା ଆରମ୍ଭ ହୋଇଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୯୭ ଓ ସ୍ଥାନୀୟ ସଂକ୍ରମିତ ୨୮୩ ଜଣ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ଶିଶୁ ଓ କିଶୋର ୧୧୯ ଜଣ ରହିଛନ୍ତି । ବାଲେଶ୍ୱର ଜିଲାରେ ଜଣେ ୫୦ ବର୍ଷ ବୟସ୍କ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ଅନୁଗୁଳ ଜିଲାରୁ ୧, ବାଲେଶ୍ୱର ୩୪, ବରଗଡ ୧୪, ବଲାଙ୍ଗିର ୪, କଟକ ୫୯, ଦେବଗଡ ୯, ଢେଙ୍କାନାଳ ୧, ଗଜପତି ୪, ଗଞ୍ଜାମ ୧୨, ଜଗତସିଂହପୁର ୭ ଓ ଯାଜପୁରରୁ ୭ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରସୁଗୁଡା ୨୫, କେନ୍ଦ୍ରାପଡା ୩, କେନ୍ଦୁଝର ୮, ଖୋର୍ଦ୍ଧା ୨୬୩, କୋରାପୁଟ ୯, ମୟୁରଭଞ୍ଜ ୮, ନବରଙ୍ଗପୁର ୧୩, ନୟାଗଡ ୪, ନୂଆପଡା ୧, ପୁରୀ ୧୫, ରାୟଗଡା ୧, ସମ୍ବଲପୁର ୪୨, ସୋନପୁର ୬, ସୁନ୍ଦରଗଡ ୬୯ ଏବଂ ଷ୍ଟେଟପୁଲରରୁ ୬୧ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୧୪୬ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନାରୁ ଏପର୍ଯ୍ୟନ୍ତ ୧୦୪୫୨୫୫ ଜଣ ସୁସ୍ଥ ହୋଇସାରିଛନ୍ତି । ସଂପ୍ରତି ୨୮୮୮ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories