www.samajalive.in
Monday, December 15, 2025
16.1 C
Bhubaneswar

ଏମଏସଏମଇକୁ ପ୍ରୋତ୍ସାହନ, କେନ୍ଦ୍ର କ୍ୟାବିନେଟ୍‌ର ୬୦୬୨ କୋଟି ମଞ୍ଜୁର

ନୂଆଦିଲ୍ଲୀ: ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ବିଶ୍ବ ବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଏହି ଯୋଜନାକୁ ମଞ୍ଜୁରି ମିଳିଛି । ୨୦୦୨୨-୨୩ ଆର୍ଥିକ ବର୍ଷରେ ଏକ ନୂଆ ଯୋଜନା ଆକାରରେ ଆରଏଏମପି ଯୋଜନାର ଶୁଭାରମ୍ଭ କରାଯିବ।

ଏହି ଯୋଜନାରେ ମୋଟ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିମଧ୍ୟରୁ ୩୭୫୦ କୋଟି ଟଙ୍କା ବିଶ୍ବ ବ୍ୟାଙ୍କରୁ ଋଣ ଆକାରରେ ନିଆଯିବ ଏବଂ ଅବଶିଷ୍ଟ ୨୩୧୨.୪୫ କୋଟି ଟଙ୍କା ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦେବେ।ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା କାର୍ଯ୍ୟକ୍ରମ ବିଶ୍ବ ବ୍ୟାଙ୍କ ସହାୟତାପ୍ରାପ୍ତ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା। ଏଥିରେ ବଜାର ଏବଂ ଋଣ ସୁବିଧା ପ୍ରଦାନରେ ସୁଧାର, କେନ୍ଦ୍ର ଏବଂ ରାଜ୍ୟରେ ସଂସ୍ଥାଗତ ଏବଂ ପ୍ରଶାସନିକ ଦୃଢ଼ତା, କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସହଭାଗିତାରେ ସୁଧାର ଆଣିବା, ବିଳମ୍ବିତ ପଇଠ ଏବଂ ଗ୍ରିନିଂ ଭଳି ସମସ୍ୟାର ସମାଧାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

- Advertisement -

ଏହାଛଡ଼ା ଜାତୀୟ ସ୍ତରରେ ଏମଏସଏମଇ ମନ୍ତ୍ରଣାଳୟର କ୍ଷମତା ନିର୍ମାଣ କରିବା ସହିତ ଆରଏଏମପି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରିତା କ୍ଷମତା ବୃଦ୍ଧି ଏବଂ ରାଜ୍ୟରେ ଏମଏସଏମଇ କଭରେଜ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମ ଜରିଆରେ ଅପହଞ୍ଚ କ୍ଷେତ୍ର ବିଶେଷ କରି କ୍ଷମତା ନିର୍ମାଣ, ହ୍ୟାଣ୍ଡ ହୋଲ୍ଡିଂ, କୌଶଳ ବିକାଶ, ଗୁଣବତ୍ତା ସମୃଦ୍ଧି, ବୈଷୟିକ ଉନ୍ନତିକରଣ, ଡିଜିଟାଲକରଣ, ଜନସମ୍ପର୍କ ଏବଂ ମାର୍କେଟିଂ ପ୍ରୋତ୍ସାହନ ଆଦି ଅନ୍ୟାନ୍ୟ ଆବଶ୍ୟକତା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ। ରାଜ୍ୟମାନଙ୍କ ସହିତ ବିସ୍ତୃତ ସହଯୋଗ ମାଧ୍ୟମରେ ଆରଏଏମପି କାର୍ଯ୍ୟକ୍ରମ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବଜାର ଆଗକୁ ବଢ଼ାଇବ, ଆର୍ଥିକ ସୁବିଧା ପ୍ରଦାନ କରିବ ଏବଂ ଦୁର୍ବଳ ବର୍ଗ ତଥା ସବୁଜ ପ୍ରୟାସକୁ ସମର୍ଥନ ଯୋଗାଇ ଦେବା କ୍ଷେତ୍ରରେ ପ୍ରଭାବୀ ସାବ୍ୟସ୍ତ ହେବ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories