www.samajalive.in
Tuesday, December 9, 2025
26.1 C
Bhubaneswar

ଝୁଲଣଙ୍କ ୬୦୦ ୱିକେଟ

ମ୍ୟାକ୍‌କେ : ଭାରତୀୟ ମହିଳା କ୍ରିକେଟ୍‌ ଦଳର ପେସ୍ ବୋଲର ଝୁଲଣ ଗୋସ୍ବାମୀ ୬୦୦ ୱିକେଟ ଅତିକ୍ରମ କରି ପାରିଛନ୍ତି। ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ୍‌କୁ ମିଶାଇ ଝୁଲଣ ଅଦ୍ୟାବଧି ୬୦୧ଟି ୱିକେଟ ନେଇଛନ୍ତି। ରବିବାର ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ୍‌ରେ ୩ଟି ୱିକେଟ ନେଇ ଝୁଲଣ ଏହି ମାଇଲଖୁଣ୍ଟ ପାର କରିଛନ୍ତି । ୩୮ ବର୍ଷ ବୟସ୍କା ଝୁଲଣ ଆନ୍ତର୍ଜାତିକ ମହିଳା ଦିନିକିଆରେ ସର୍ବାଧିକ ୨୪୦ଟି ୱିକେଟ ନେଇଛନ୍ତି। ପୁଣି ସେ ୧୧ଟି ଟେଷ୍ଟ ମ୍ୟାଚ୍‌ରେ ୪୧ଟି ଏବଂ ୬୮ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ୫୬ଟି ୱିକେଟ ନେଇଛନ୍ତି । ଏହାସହ ଘରୋଇ କ୍ରିକେଟ୍‌ରେ ଝୁଲଣ ୨୬୪ଟି ୱିକେଟ ନେଇଛନ୍ତି । ସମସ୍ତ ପ୍ରକାର କ୍ରିକେଟ୍‌କୁ ମିଶାଇ ଝୁଲଣ ୬୦୧ଟି ୱିକେଟ ନେଇଛନ୍ତି। ୨୦୧୮ରେ ଝୁଲଣ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories