www.samajalive.in
Tuesday, December 9, 2025
15.1 C
Bhubaneswar

ରାଫେଲ ବୁଝାମଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଯଶୱନ୍ତ ସିହ୍ନାଙ୍କ ୬ଟି ପ୍ରଶ୍ନ

ନୂଆଦିଲ୍ଲୀ : ରାଫେଲ ବୁଝାମଣା ସମ୍ପର୍କରେ ବିଜେପିର ପୂର୍ବତନ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ୬ଟି ପ୍ରଶ୍ନ ପଚାରିଛନ୍ତି। ପ୍ରଶ୍ନଗୁଡିକ ହେଲା:
୧-ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତ କାଳରେ କାହିଁକି ନିଜ ଇଚ୍ଛାରେ ଯୁଦ୍ଧ ବିମାନ କିଣିବା ନେଇ ପ୍ରତିରକ୍ଷା ବୁଝାମଣା କରିଥିଲେ?
୨-ଦେଶ ପାଇଁ ୧୨୬ଟି ଯୁଦ୍ଧ ବିମାନ ଆବଶ୍ୟକ ଥିବାବେଳେ ଏହାକୁ କାହିିଁକି ୩୬କୁ ହ୍ରାସ କରାଗଲା?
୩-ହାଲ୍‍କୁ ବୁଝାମଣାରୁ ବାଦ ଦେଇ ପ୍ରଧାନମନ୍ତ୍ରୀ ନିଜର ମେକ ଇନ ଇଣ୍ଡିଆ ଯୋଜନାକୁ ଗୁରୁତ୍ୱ ଦେଇ ନାହାନ୍ତି କି?
୪-ପ୍ରଧାନମନ୍ତ୍ରୀ ଏକ ଅନଭିଜ୍ଞ କମ୍ପାନୀକୁ ବିଦେଶୀ ସହଯୋଗୀ ଭାବେ ରଖିବାକୁ ସୁପାରିସ କରିଛନ୍ତି। ଏହା ତାଙ୍କ ସ୍ୱଚ୍ଛତା ପ୍ରତି ପ୍ରଶ୍ନ ଉଠାଉ ନାହିଁ କି?
୫-ବୁଝାମଣା ସମ୍ପର୍କିତ ବୈଷୟିକ ତଥ୍ୟକୁ ସରକାର କାହିଁକି ଲୁଚାଉଛନ୍ତି?
୬- ସରକାର ଯଦି ନିଜକୁ ସ୍ୱଚ୍ଛ କହୁଛନ୍ତି ତେବେ ବୁଝାମଣାର ତଦନ୍ତ ପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି?

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories