ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଲିଉଡ୍‌ର ଲୋକପ୍ରିୟ ତଥା ବରି‌ଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ଆୱାର୍ଡ-୨୦୨୨..

ଇତିହାସର ଫର୍ଦ୍ଦରେ ଯୋଡ଼ି ହେଲା ନାସାର ଆଉ ଏକ ସଫଳତା.. ଆଷ୍ଟ୍ରଏଡ ସହ ଧକ୍କା ହେଲା ନାସାର ଡାର୍ଟ ସ୍ପେସ୍‌ କ୍ରାଫ୍ଟ.. ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାକୁ ନାସାର ମିଶନ ସଫଳ ହୋଇଛି.. କାରଣ ଯଦି ଭବିଷ୍ୟତରେ ପୃଥିବୀ ଉପରେ କଛି ବିପଦ ଆସେ ତେବେ ପୃଥିବୀକୁ ନାସାର ଡାର୍ଟ ସ୍ପେସ୍‌ କ୍ରାଫ୍ଟ ରକ୍ଷା କରିପାରିବ.. ଅର୍ଥାତ୍‌ ପୃଥିବୀ ଉପରେ କୌଣସି ପ୍ରକାର ଆଷ୍ଟେରଏଡ ଧକ୍କା ହେବାର ଆଶଙ୍କା ଥିଲେ ଏହା ତାକୁ ପ୍ରତିରୋଧ କରିବ..

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର ମଙ୍ଗଳବାର ଟୋକିଓରେ ସମ୍ପନ୍ନ ହୋଇଛି.. ଏଥିରେ ସାମିଲ ହେବା ପାଇଁ ବିଶ୍ବର ୨୧୭ ଦେଶର ପ୍ରତିନିଧିମାନେ ଟୋକିଓରେ ପହଞ୍ଚିଥିଲେ.. ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୋକିଓରେ ପହଞ୍ଚି ଆବେଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି..

୨୦୨୪ ନିର୍ବାଚନ ପାଇଁ ସଜବାଜ ହେଲାଣି ବିଜେଡି… ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ କରିବ ପଦଯାତ୍ରା… ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ହେବ କାର୍ଯ୍ୟକ୍ରମ… ସହରାଞ୍ଚଳରୁ ପଞ୍ଚାୟତ ସ୍ତର ଯାଏ ଚାଲିବେ ବିଜେଡିର ନେତା ଓ କର୍ମୀ… ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲା ଦଳ…

ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା… ଦୋଳବେଦୀ ଛକରେ ରାସ୍ତାରୋକ କଲା ବିଜେପି… ନିମାପଡ଼ା ବିଜେପି ଶାଖା ପକ୍ଷରୁ ରାସ୍ତା ଅବରୋଧ… ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୂକ୍ତ କରିବାକୁ ଦାବି… ସେପଟେ, ଫରେନସିକ୍‌ ଯାଞ୍ଚ ପାଇ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି…

prayash

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୟାବହ ଅଗ୍ନିକାଣ୍ଡ… ହସ୍ପିଟାଲ ପରିସରରେ ଥିବା ଔଷଧ ବିତରଣ କେନ୍ଦ୍ରରେ ଲାଗିଲା ନିଆଁ… ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ… ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ… ଘଟଣାସ୍ଥଳରେ ଉପସ୍ଥିତ ରହିଛି ବୌଦ୍ଧ ପୁଲିସ…

ରାଜ୍ୟରେ କମୁଛି କରୋନା, ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୧୬୭ ଆକ୍ରାନ୍ତ… ସୁସ୍ଥ ହେଲେ ୧୮୨ ଆକ୍ରାନ୍ତ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୨ଜଣ ପଜିଟିଭ୍‌… ବର୍ତ୍ତମାନ ରାଜ୍ୟରେ ୧୪୨୩ଜଣ ରହିଛନ୍ତି ସକ୍ରିୟ ସଂକ୍ରମିତ…

ଦେଶରେ ୪ ହଜାର ତଳକୁ ଖସିଲା କରୋନା ଦୈନିକ ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୩,୨୩୦ ପଜିଟିଭ୍‌… ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୪,୨୫୫ଜଣ ଆକ୍ରାନ୍ତ… ବର୍ତ୍ତମାନ ଦେଶରେ ୪୨,୩୫୮ ରହିଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା… ପଜିଟିଭିଟି ହାର ରହିଛି ୧.୧୮ ପ୍ରତିଶତ…

ଏସସିବିରେ ପିଲା ଚୋରି ପ୍ରସଙ୍ଗ… ଘଟଣାରେ ଦମ୍ପତି ଅଟକ… ନବଜାତକୁ ଫେରାଇବାକୁ ଆସିଥିବା ବେଳେ ସ୍ୱାମୀ ଓ ସ୍ତ୍ରୀକୁ ଅଟକ ରଖିଲା ପୁଲିସ… ଭୁଲବସତଃ ପିଲା ବଦଳ ହୋଇଯାଇଥିବା କହିଲେ ଉଭୟ… ସେପଟେ, ଘଟଣାକୁ ଅଶ୍ୱୀକାର କଲେ ଏସସିବି ପ୍ରଶାସନିକ ଅଧିକାରୀ… କହିଲେ ଏମିତି ହୋଇନି ଭୁଲବସତଃ…

ଏଥର ଓଦା ଓଦା ଦଶହରା… ପୁଣି ବର୍ଷାରେ ଭିଜିବ ଓଡ଼ିଶା… ଅକ୍ଟୋବର ୧ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ… ଆହୁରି ୩ ଦିନ ଯାଏଁ ରାଜ୍ୟରେ ଲାଗିରହିବ ବିଜୁଳି ସହ ଘଡଘଡି …୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷିବ…

kalyan agarbati

Comments are closed.