ସନ୍ଧ୍ୟା ୬ଟା ମୁଖ୍ୟ ଖବର

-ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟସଚିବ ଓ ଏସ୍‌ଆର୍‌ସି।

-ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖନ୍ତୁ। ପ୍ରତିଟି ମାନବ ଜୀବନ ମୂଲ୍ୟବାନ। ଜିରୋ କାଜୁଆଲିଟି ଆମ ସରକାରଙ୍କ ପଲିସି-ମୁଖ୍ୟମନ୍ତ୍ରୀ

-ମାହାଙ୍ଗା ଅଞ୍ଚଳରେ ଦିନ ଦୁଇ ପ୍ରହରରେ ରାଜସ୍ବ ନିରୀକ୍ଷକକୁ ଆକ୍ରମଣ ଘଟଣା: ମାଫିଆଙ୍କୁ ସୁରକ୍ଷା ଦେବାକୁ ତହସିଲଦାର ବଦଳାଇଲେ ଥାନାରେ ଅଭିଯୋଗ, ବିରୋଧ କରି ଘେରିଲେ ଆରଆଇ ସଂଘ

– ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ।

– ଆଜି ମଧ୍ୟ ରାତ୍ରୀରୁ ୮୦ରୁ୯୦ କିଲୋମିଟର ବେଗରେ ପବନ ବହିବ। ଆସନ୍ତାକାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ

– ପାରାଦୀପଠାରୁ ୨୨୦ କିମି ଦୂରରେ ‘ୟାସ’, ଘଣ୍ଟା ପ୍ରତି ୧୭ କିମି ବେଗରେ ଆଗକୁ ବଢ଼ୁଛି

– ବାଲେଶ୍ବର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୩୦ କିମି ଦୂରରେ , ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ

– ବାତ୍ୟା ୟାସ ପ୍ରଭାବରେ ସକାଳ ୮ଟା ସୁଦ୍ଧା ପାରାଦୀପରେ ୧୬୧.୧ ମିମି ବର୍ଷା ରେକର୍ଡ, ପାରାଦୀପ ଓ ଧାମରା ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି

– ବାତ୍ୟା ୟସ ପାଇଁ ୧୦ ଜିଲାରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର

– ରାଜ୍ୟରେ ଦିନକରେ ୧୦୯୩୯ ନୂଆ କରୋନା ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ଚିହ୍ନଟ

– ରାଜ୍ୟରେ ଦିନକରେ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୭ ମୃତ

– ରାୟଗଡା ଜିଲାର ଜେକେପୁର ଠାରେ ଥିବା କୋଭିଡ ଡାକ୍ତରଖାନାରେ ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି

– ରାଉରକେଲାରେ ଭୁଷୁଡ଼ିଲା ପୁରୁଣା ବ୍ୟାଙ୍କ କଲୋନୀ କୋଠା

– ବାତ୍ୟା ମୁକାବିଲା ପାଇଁ ୪୦୪ଟି ଅଭିଜ୍ଞ ଟିମ, ୧୨ ହଜାର କୁଶଳୀ ଓ ୬ ଶହରୁ ଅଧିକ ଦଳ ପ୍ରସ୍ତୁତ

– ମାଡିଆସୁଛି ଅତି ଭୟଙ୍କର ବାତ୍ୟା ୟାସ୍‍; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର କାର୍ଯ୍ୟ, କୋଭିଡ ସଂକ୍ରମଣ ଆଶଙ୍କାରେ କିଛି ଲୋକ ନିଜ ଘର ଛାଡିବାକୁ ନାରାଜ

– ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଛି । କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି

– ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ମୃତ, ୩ ଉଦ୍ଧାର: ୭ ନିଖୋଜ

– ଜୁନ୍‍ ୧ ପରେ ହୀରାକୁଦ ଛାଡିବ ପାଣି; ୧୩ଟି ମହାନଦୀ କୂଳ ଜିଲାକୁ ସତର୍କ ସୂଚନା ଜାରି

– ବିବାହ ଭୋଜି ରୋକିଲା ପ୍ରଶାସନ : ଦଶ ହଜାର ଜରିମାନା

-କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା,ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

– ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ

– ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ କରୋନା ସଂକ୍ରମିତ ଚିହ୍ନଟ, ୩୫୧୧ ମୃତ

– ୧ଲକ୍ଷ କରୋନା ରୋଗୀଙ୍କୁ କରୋନିଲ୍‌ କିଟ୍‌ ବାଣ୍ଟିବେ ହରିୟାଣା ସରକାର

– ବର୍ନାର୍ଡ ଆର୍ନଲ୍ଟ ବିଶ୍ୱର ସବୁଠୁ ଧନୀ, ଜେଫ୍‍ ବେଜୋସଙ୍କୁ ପଛରେ ପକାଇଲେ

– ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ନିଖୋଜ

Comments are closed.