www.samajalive.in
Sunday, December 7, 2025
23.1 C
Bhubaneswar

ସୋଲାର ପ୍ଲେଟ ଚୋରୀ କରି ଅଣୁଥିବା ୬ ଜଣ ଯୁବକ ଧରିଲେ ଗ୍ରାମବାସୀ

ଠାକୁରମୁଣ୍ଡା : ସୋଲାର ପ୍ଲେଟ ଚୋରୀ କରି ଆଣୁଥିବା ବେଳେ ମଙ୍ଗଳବାର ୬ ଜଣ ଯୁବକ ଗ୍ରାମବାସୀଙ୍କ ହାତରେ ଧରା ପଡିଛନ୍ତି । ଏହି ଘଟଣାଟି ଭୀମକୁଣ୍ଡ ନିକଟ ପଡିଆବେଡା ଚତୁରି ସାହି ଗ୍ରାମରେ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନସ୍ଥଳି ଭୀମକୁଣ୍ଡରେ ଅଲୋକିକରଣ ନିମନ୍ତେ ଲାଗିଥିବା ସୌରଚାଳିତ ଲାଇଟ ଖୁଣ୍ଟର ଉପରେ ଲାଗିଥିବା ୨ ଟି ସୋଲାର ପ୍ଲେଟକୁ ଚୋରି କରି ୨ ଟି ବାଇକରେ ୬ ଜଣ ଯୁବକ ବିଳମ୍ବିତ ରାତିରେ ଆସୁଥିବା ବେଳେ ଚତୁରିସାହି ଗ୍ରାମ ନିକଟରେ ଗ୍ରାମବାସୀ ମାନଙ୍କ ହାବୁଡ଼ରେ ପଡି ଧରପଡିଥିଲେ। ଚତୁରିସାହିରେ କିଛିଦିନ ହେଲା ଛେଳି ଚୋରି ହେଉଥିବାରୁ ଲୋକେ ଛେଳି ଚୋର ମାନଙ୍କୁ ଧରିବାକୁ ରାସ୍ତା ରେ ଜଗି ଥିବା ବେଳେ ସୋଲାର ପ୍ଲେଟ ଚୋର ହାବୁଡ଼ରେ ପଡିଯାଇଥିଲେ। ସୋଲାର ପ୍ଲେଟ ଗୁଡିକୁ ସେମାନେ ଭୀମକୁଣ୍ଡରୁ ଚୋରି କରି ଆଣିଥିବା ଜାଣି ଲୋକେ ପର୍ଯ୍ୟଟନସ୍ଥଳି ଦାୟିତ୍ୱରେ ଥିବା ବନବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରୁ ଧରା ପଡିଥିବା ଏହି ୬ ଜଣ ଯୁବକକୁ ଧରି ଆଣି ଠାକୁରମୁଣ୍ଡା ଥାନାରେ ଜିମା ଦେଇଥିଲେ। ଠାକୁରମୁଣ୍ଡା ଥାନା ପୁଲିସ ଘଟଣାର ଅନୁସନ୍ଧାନ କରି ଏହି ମାନେ ପୂର୍ବରୁ ଭୀମକୁଣ୍ଡରୁ ଚୋରି କରି ଘର ମାନଙ୍କରେ ରଖିଥିବା ୫ଟି ସୋଲାର ପ୍ଲେଟ ଓ ୫ଟି ବ୍ୟାଟେରୀକୁ ପୁଲିସ ଉଦ୍ଧାର କରିଥିଲେ, ୨ ଟି ବାଇକ ଓ ୩ ମୋବାଇଲ ଜବତ କରିଛି। ଏ ନେଇ ଫୋରେଷ୍ଟର ଜୋତିନ୍ଦ୍ର ବେହେରାଙ୍କ ଅଭିଯୋଗ କ୍ରମେ ଏନେଇ ଠାକୁରମୁଣ୍ଡା ପୁଲିସ କେଶ ନଂ ୧୧୩ ଅନୁଯାୟୀ ଏକ ମାମଲା ରୁଜୁ କରି ଧରାପଡିଥିବା ଏହି ୬ ଜଣ ଯୁବକ କୁ ଗିରଫ କରିଛି। ତେବେ ଚମ୍ପାଝର ଗ୍ରାମର ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛି। ଗିରଫ ହୋଇଥିବା ୬ ଜଣ ଯୁବକ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେଲୋପୋଷି ଗ୍ରାମର ଜାଡେଶ୍ୱର ମହାନ୍ତ,ଦିପୁ ମହାନ୍ତ, ନୀଳ ଲୋହାର,ଦେବେନ୍ଦ୍ର ମହାନ୍ତ, ବାସୁଦେବ ମହାନ୍ତ ଓ ଲୋଚନ ମହାନ୍ତ ବୋଲି ଜଣାପଡିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories