www.samajalive.in
Saturday, December 6, 2025
23.1 C
Bhubaneswar

ସୋଲାର ପ୍ଲେଟ ଚୋରୀ କରି ଅଣୁଥିବା ୬ ଜଣ ଯୁବକ ଧରିଲେ ଗ୍ରାମବାସୀ

ଠାକୁରମୁଣ୍ଡା : ସୋଲାର ପ୍ଲେଟ ଚୋରୀ କରି ଆଣୁଥିବା ବେଳେ ମଙ୍ଗଳବାର ୬ ଜଣ ଯୁବକ ଗ୍ରାମବାସୀଙ୍କ ହାତରେ ଧରା ପଡିଛନ୍ତି । ଏହି ଘଟଣାଟି ଭୀମକୁଣ୍ଡ ନିକଟ ପଡିଆବେଡା ଚତୁରି ସାହି ଗ୍ରାମରେ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନସ୍ଥଳି ଭୀମକୁଣ୍ଡରେ ଅଲୋକିକରଣ ନିମନ୍ତେ ଲାଗିଥିବା ସୌରଚାଳିତ ଲାଇଟ ଖୁଣ୍ଟର ଉପରେ ଲାଗିଥିବା ୨ ଟି ସୋଲାର ପ୍ଲେଟକୁ ଚୋରି କରି ୨ ଟି ବାଇକରେ ୬ ଜଣ ଯୁବକ ବିଳମ୍ବିତ ରାତିରେ ଆସୁଥିବା ବେଳେ ଚତୁରିସାହି ଗ୍ରାମ ନିକଟରେ ଗ୍ରାମବାସୀ ମାନଙ୍କ ହାବୁଡ଼ରେ ପଡି ଧରପଡିଥିଲେ। ଚତୁରିସାହିରେ କିଛିଦିନ ହେଲା ଛେଳି ଚୋରି ହେଉଥିବାରୁ ଲୋକେ ଛେଳି ଚୋର ମାନଙ୍କୁ ଧରିବାକୁ ରାସ୍ତା ରେ ଜଗି ଥିବା ବେଳେ ସୋଲାର ପ୍ଲେଟ ଚୋର ହାବୁଡ଼ରେ ପଡିଯାଇଥିଲେ। ସୋଲାର ପ୍ଲେଟ ଗୁଡିକୁ ସେମାନେ ଭୀମକୁଣ୍ଡରୁ ଚୋରି କରି ଆଣିଥିବା ଜାଣି ଲୋକେ ପର୍ଯ୍ୟଟନସ୍ଥଳି ଦାୟିତ୍ୱରେ ଥିବା ବନବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରୁ ଧରା ପଡିଥିବା ଏହି ୬ ଜଣ ଯୁବକକୁ ଧରି ଆଣି ଠାକୁରମୁଣ୍ଡା ଥାନାରେ ଜିମା ଦେଇଥିଲେ। ଠାକୁରମୁଣ୍ଡା ଥାନା ପୁଲିସ ଘଟଣାର ଅନୁସନ୍ଧାନ କରି ଏହି ମାନେ ପୂର୍ବରୁ ଭୀମକୁଣ୍ଡରୁ ଚୋରି କରି ଘର ମାନଙ୍କରେ ରଖିଥିବା ୫ଟି ସୋଲାର ପ୍ଲେଟ ଓ ୫ଟି ବ୍ୟାଟେରୀକୁ ପୁଲିସ ଉଦ୍ଧାର କରିଥିଲେ, ୨ ଟି ବାଇକ ଓ ୩ ମୋବାଇଲ ଜବତ କରିଛି। ଏ ନେଇ ଫୋରେଷ୍ଟର ଜୋତିନ୍ଦ୍ର ବେହେରାଙ୍କ ଅଭିଯୋଗ କ୍ରମେ ଏନେଇ ଠାକୁରମୁଣ୍ଡା ପୁଲିସ କେଶ ନଂ ୧୧୩ ଅନୁଯାୟୀ ଏକ ମାମଲା ରୁଜୁ କରି ଧରାପଡିଥିବା ଏହି ୬ ଜଣ ଯୁବକ କୁ ଗିରଫ କରିଛି। ତେବେ ଚମ୍ପାଝର ଗ୍ରାମର ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛି। ଗିରଫ ହୋଇଥିବା ୬ ଜଣ ଯୁବକ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେଲୋପୋଷି ଗ୍ରାମର ଜାଡେଶ୍ୱର ମହାନ୍ତ,ଦିପୁ ମହାନ୍ତ, ନୀଳ ଲୋହାର,ଦେବେନ୍ଦ୍ର ମହାନ୍ତ, ବାସୁଦେବ ମହାନ୍ତ ଓ ଲୋଚନ ମହାନ୍ତ ବୋଲି ଜଣାପଡିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories