www.samajalive.in
Saturday, December 6, 2025
23.1 C
Bhubaneswar

୬ କ୍ବିଣ୍ଟାଲ ଗଞ୍ଜେଇ ସହ କଣ୍ଟେନର ଓ ବାରକ ଜବତ, ୪ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସହ ୬ ଗିରଫ

ମୋହନା : ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ଦୃଢ ମନୋବଳ ଓ ଇଚ୍ଛା ଶକ୍ତିର ଆଗ୍ରହ ଯୋଗୁଁ ଗଜପତି ଜିଲ୍ଲାରେ ବଢି ଚାଲିଥିବା ବେଆଇନ ଚୋରା ଗଞ୍ଜେଇ ଚାଲାଣ ରୋକିବାକୁ ନେଇଥିବା ସଂକଳ୍ପ ଦିନକୁ ଦିନ ସଫଳ ହେବାରେ ଲାଗିଛି । ଗୁରୁବାର ପୂର୍ବାହ୍ନରେ ଏସପି ଶ୍ରୀ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୋହନା ଥାନା ଅଧିକାରୀ ସୁଜିତ୍ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଏସଆଇ ସିନ୍ଧୁ ସାର୍କା ଓ କର୍ମଚାରୀମାନେ ଚାନ୍ଦିପୁଟ-ତରାମାଳ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାବେଳେ ଚାନ୍ଦିପୁଟ ରାସ୍ତାଦେଇ ବ୍ରହ୍ମପୁର ଆଡ଼କୁ ଯାଉଥିବା ଏକ କଣ୍ଟେନର ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚବେଳେ ଟ୍ରକର ଡାଲା ମଧ୍ୟରେ ରହିଥିବା ଏକ ଗୁପ୍ତ କୋଠରୀ ମଧ୍ୟରୁ ୨୧ଟି ଜରି ବସ୍ତାରେ ଗଞ୍ଜେଇ ଉର୍ତ୍ତି ହୋଇ ରହିଥିଲା । ସ୍ଥାନୀୟ ବିଡ଼ିଓ ବଂଶୀଧର ଖୋସ୍କାଙ୍କ ଉପସ୍ଥିତିରେ ଗଂଜେଇ ବସ୍ତାଗୁଡ଼ିକୁ ଓଜନ କରାଯିବାରୁ ସମୁଦାୟ ପରିମାଣ ୬ କ୍ବିଣ୍ଟାଲ ୧୦ କିଲୋ ୭୦୦ ଗ୍ରାମ ହୋଇଥିଲା । ଯାହାର ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ହେବ ବୋଲି ଆଇଆଇସି ଶ୍ରୀ ନାୟକ କହିଛନ୍ତି । ଗଂଜେଇ ନେଇ ଯାଉଥିବା ଟ୍ରକଟିକୁ ଏସ୍କର୍ଟ କରି ନେଉଥିବା ଏକ ବାଇକକୁ ମଧ୍ୟ ଫୁଲିସ୍ ଜବତ କରିଛି। ଏହି ଚୋରା ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ହରିୟାଣା ରାଜ୍ୟର ବିନୋଦ କୁମାର ଶର୍ମା, ଜୟପାଳସିଂ, ସୁରେଶ କାଶ୍ୟପ,ବାଳକ ରାମ ଓ ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଅଞ୍ଚଳର ମନୋଜ ବୀର ଓ ସୁକାନ୍ତ ମାଝୀ । ସମସ୍ତ ୬ ଜଣ ଗଞ୍ଜେଇ ମାଫିଆଙ୍କ ବିରୋଧରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଗଞ୍ଜେଇ ସବୁ ଶିକୁଳିପଦର ଅଂଚଳରୁ ସଂଗ୍ରହୀତ ହୋଇ ହରିୟାଣା ଚାଲାଣ ହେଉଥିଲା ବୋଲି ଥାନା ପକ୍ଷରୁ କୁହାଯାଇଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories