www.samajalive.in
Saturday, December 6, 2025
26.1 C
Bhubaneswar

ସୌରଶକ୍ତି ଆଲୋକରେ ଝଲସିବ କୋଣାର୍କ

ଭୁବନେଶ୍ୱର: ସ୍ଥାପତ୍ୟକଳାର ଶ୍ରେଷ୍ଠ ନିଦର୍ଶନ ବିଶ୍ୱ ପ୍ରସିଦ୍ଧ ଅର୍କକ୍ଷେତ୍ର କୋଣାର୍କ ସୌରଶକ୍ତି ଆଲୋକରେ ଝଲସିବ। ଆଜି ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେର ଏକ ବୈଠକ ଶକ୍ତି, ଶିଳ୍ପ , ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏ ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଛି। ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କୋଣାର୍କ ଐତିହ୍ୟ ଓ ବୈଷୟିକ ଜ୍ଞାନର ଏକ ଅନୋଖା ଯୁଗଳବନ୍ଦୀ ଭାବେ ବିଶ୍ୱକୁ ପ୍ରଦର୍ଶିତ କରିପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ସ୍ୱଚ୍ଛ ସବୁଜ ବିଦ୍ୟୁତ ଯୋଗାଣ ବିଷୟରେ ଆଲୋଚନା କରିବା ଆମ ପାଇଁ ଏକ ପବିତ୍ର ଅବସର ଆଣିଦେଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି ପ୍ରୟାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେବ ଯେ କୋଣାର୍କ ପାଇଁ ଆବଶ୍ୟକ ସୌରଶକ୍ତି କଳାହାଣ୍ଡିଠାରେ ଉତ୍ପାଦିତ ହେବ। ଯେହେତୁ ପଶ୍ଚିମ ଓଡ଼ିଶାରେ ମାତ୍ରାଧିକ ସୌରରଶ୍ମି ବିକିରଣ ହୋଇଥାଏ। କଳାହାଣ୍ଡିରେ ଉତ୍ପାଦିତ ବିଦ୍ୟୁତ ଶକ୍ତିକୁ ପୁରୀ ଶ୍ରୀମନ୍ଦିରକୁ ଯୋଗାଇ ଯାଉଥିବାବେଳେ କୋଣାର୍କ ନିମନ୍ତେ ସୌରଶକ୍ତି ଉତ୍ପାଦନ କରିବା କଳାହାଣ୍ଡି ଜିଲ୍ଲାପାଇଁ ଅନ୍ୟ ଏକ ଗୌରବର ବିଷୟ ବୋଲି ସେ ମତ ଦେଇଥିଲେ । ଓରେଡ଼ା ଦ୍ୱାରା କରାଯାଉଥିବା ଏକ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ସୂର୍ଯ୍ୟ ମନ୍ଦିର ସମେତ କୋଣାର୍କ ଅଧିସୂଚିତ କ୍ଷେତ୍ର ପରିଷଦ ସହରାଞ୍ଚଳକୁ ମଧ୍ୟ ଏହି ସ୍ୱଚ୍ଛ ଓ ସବୁଜ ଶକ୍ତି ଯୋଗାଇ ଦିଆଯିବ। ସମଗ୍ର କୋଣାର୍କ ଐତିହ୍ୟ ସହରକୁ କାର୍ବନ ମୁକ୍ତ ସହର ଭାବେ ପରିଣତ କରିବା ନିମନ୍ତେ ଏହି ପ୍ରକଳ୍ପ ଅଭିପ୍ରେତ। ଏଥି ସହିତ କୋଣାର୍କବାସୀଙ୍କୁ ଛାତ ଉପର ସୌରଶକ୍ତି ବ୍ୟବସ୍ଥା, ସୋଲାର ପାଣିପମ୍ପ, ସୋଲାର ପାଣିଗରମ, ଇ-ବାଇକ, ଇ-କାର ଇତ୍ୟାଦି ପାଇଁ ପ୍ରବର୍ତ୍ତା ଯିବାକୁ ପଦକ୍ଷେପ ନିଆଯାଉଛି। ଯେହେତୁ କୋଣାର୍କଠାରେ ବ୍ୟାଟେରୀ ଚାର୍ଜ ଷ୍ଟେସନ୍‌ ପ୍ରତିଷ୍ଠା କରାଯିବ ତେଣୁ ଆଗାମୀ ଦିନରେ ଲୋକମାନଙ୍କ ଇ-ଭେହିକିଲ୍‌ ଖରିଦ୍‌ କରିବା ଏପରିକି ସରକାରୀ ଯାନଗୁଡ଼ିକୁ ମଧ୍ୟ ଇ-ଭେହିକିଲ୍‌ କରବାକୁ ପଦକ୍ଷେପ ନିଆଯିବ। କୋଣାର୍କର ସର୍ବାଙ୍ଗୀଣ ବିକାଶ ନିମନ୍ତେ ଏବଂ ଏହାକୁ ବିଶ୍ୱର ଏକ ଆଦର୍ଶ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ହେଲେ ସୌରଶକ୍ତି ବ୍ୟତୀତ ସବୁଜୀକରଣ, ପ୍ରଭାବୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। କୋଣାର୍କକୁ ବିଶ୍ୱସ୍ତରୀୟ ସହର ଭାବେ ଗଢ଼ି ତୋଳିବା ନିମନ୍ତେ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେବା ସହିତ ବର୍ଜ୍ୟରୁ ସଂପଦ ପ୍ରକଳ୍ପ କାର୍ଯ୍ୟକାରୀ ଚାଲୁଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରକାଶ କରିଥିଲେ। ଏଥି ସହିତ ପ୍ରସ୍ତାବିତ ୧୦ ମେଗାୱାଟ୍‌ ସୌର ଶକ୍ତି ପ୍ରକଳ୍ପ ନିମନ୍ତେ କଳାହାଣ୍ଡିର ଜୁନାଗଡ଼ଠାରେ ଶକ୍ତି ବିଭାଗ ସପକ୍ଷରେ ସରକାରୀ ଜମି ପ୍ରଦାନ କରାଯିବାକୁ ସମସ୍ତ ସରକାରୀ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି କଳାହାଣ୍ଡି ଜିଲାପାଳ ଗାଭାଲି ପରାଗ ହର୍ଷଦ ବୈଠକରେ ପ୍ରକାଶ କରିଥିଲେ । ଟାଟା ପାୱାର କେନ୍ଦ୍ରୀୟ ଓଡ଼ିଶା ବିତରଣ ଲିଃର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୋଣାର୍କ ସହରର ବିଦ୍ୟୁତ୍ ଉପଭୋକ୍ତାଙ୍କ ରୁଫ୍‌ଟପ୍‌ ସୋଲାର ବ୍ୟବସ୍ଥା ଏବଂ ସୋଲାର ଶକ୍ତି ଗୃହ ସଂଯୋଗ ନିମନ୍ତେ ଉତ୍ସାହିତ କରିବାକୁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମନ୍ତ୍ରୀ କୋଣାର୍କଠାରେ ସୌର ପ୍ରକଳ୍ପର ଅଗ୍ରଗତି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ ନିମନ୍ତେ ଜିଲ୍ଲାପାଳ ପୁରୀଙ୍କ ଅଧ୍ୟକ୍ଷତାରେ ଏକ କୋର କମିଟି ଗଠନ ନିମନ୍ତେ ପ୍ରସ୍ତାବ ରଖିଥିଲେ । ବୈଠକରେ ଓରେଡ଼ାର ଯୁଗ୍ମ ନିର୍ଦ୍ଦେଶକ ଶକ୍ତି ବିନ୍ଦୁ ପ୍ରକଳ୍ପର ସମସ୍ତ ବୈଷୟିକ ଦିଗ ଉପରେ ତଥ୍ୟ ଉପସ୍ଥାପନା କରିଥିଲେ। ବୈଠକରେ ଗ୍ରୀଡ଼୍‌କୋର ପରିଚାଳନା ନିର୍ଦ୍ଦେଶକ, ଗ୍ରୀଡ଼୍‌କୋର ନିର୍ଦ୍ଦେଶକ (ଟିଓବିଡ଼ି) ଓରେଡ଼ାର ମୁଖ୍ୟ ନିର୍ବାହୀ, ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ, ପ୍ରତ୍ନତତ୍ତ୍ୱ ତତ୍ତ୍ୱାବଧାରକ, ଏଏସ୍‌ଆଇ ଏବଂ ଟାଟା ପାୱାର କେନ୍ଦ୍ରୀୟ ବିତରଣ ଲିଃର ମୁଖ୍ୟ ନିର୍ବାହୀ ଅଧିକାରୀ
ପ୍ରମୁଖ ଯୋଗଦେଇଥିଲେ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories