www.samajalive.in
Monday, December 15, 2025
14.1 C
Bhubaneswar

ଆସନ୍ତା ବର୍ଷ ଦେଶରେ ଆରମ୍ଭ ହେବ ୫ଜି ସେବା; ପ୍ରଥମେ ୧୩ଟି ସହରରେ ଉପଲବ୍ଧ ହେବ

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଭାରତରେ ୫ଜି ଇଂଟରନେବା ସେବା ପ୍ରଚଳନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବା ଉପଲବ୍ଧ ହେବ । ତାହାପରେ କ୍ରମଶଃ ଏହାକୁ ଦେଶର ଅବଶିଷ୍ଟ ସହରଗୁଡିକରେ ପ୍ରଚଳନ କରାଯିବ । ଏ ସମ୍ପର୍କରେ ଭାରତର ଦୂରସଂଚାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ୧୩ଟି ସହରରେ ୫ଜି ସେବା ପ୍ରଚଳନ ପାଇଁ ଦୂରସଂଚାର ଅପରେଟରମାନେ ପୂର୍ବରୁ ୫ଜି ପରୀକ୍ଷାମୂଳକ ସେବା ଆରମ୍ଭ ବ୍ୟବସ୍ଥା କରିସାରିଛନ୍ତି । ଏହି ସହରଗୁଡିକ ହେଉଛି ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଚେନ୍ନଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦରାବାଦ, ଜାମନଗର, କୋଲକାତା, ଲଖନଉ, ମୁମ୍ବଇ ଓ ପୁଣେ । ତେବେ କେଉଁ ଦୂରସଂଚାର କମ୍ପାନୀ ପ୍ରଥମେ ୫ଜି ସେବା ପ୍ରଚଳନ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତିନି ପ୍ରମୁଖ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଏହି ସହରଗୁଡିକରେ ପରୀକ୍ଷାମୂଳକ ବ୍ୟବହାରସ୍ଥଳ ସ୍ଥିର କରି ୫ଜିର ପରୀକ୍ଷାମୂଳକ ବ୍ୟବହାର କରୁଛନ୍ତି । ତେବେ ୫ଜି ସେବା ପ୍ରଚଳନ ପୂର୍ବରୁ ସ୍ପେକ୍ଟ୍ରମ ନିଲାମ କରାଯିବ । ସେଥିପାଇଁ ଦୂରସଂଚାର ବିଭାଗ ପକ୍ଷରୁ ତାରିଖ ନିର୍ଦ୍ଧାରଣ କରାଯାଇନଥିବା ଜଣାଯାଇଛି । ଏ ସମ୍ପର୍କରେ ସଂରକ୍ଷିତ ମୂଲ୍ୟ, ବ୍ଲକ ଆକାର, ସ୍ପେକ୍ଟ୍ରମ ପରିମାଣ ଆଦି ବିଷୟ ଉପରେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଭାରତର ଦୂରସଂଚାର ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ ଆବଶ୍ୟକ ସୁପାରିଶ ଲୋଡିଥିଲେ । ୫ଜି ସେବା ପ୍ରଚଳନ ହେଲେ ଗେମିଂ ସ୍ପିଡ ଏବଂ ଇଂଟରନେଟ ଦୁନିଆରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ଦୂରସଂଚାର ସେବା ଯୋଗାଣକାରୀ କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories