ସାବଧାନ ! ଏହା ହେଉଛି ୫୫ ନଂ ଜାତୀୟ ରାଜପଥର ଅବସ୍ଥା

ସଜାଗ ନହେଲେ ମୃତ୍ୟୁ ନିଶ୍ଚିତ

ଗୁରୁଡିଝାଟିଆ : ୫୫ ନଂ ଜାତୀୟ ରାଜପଥ ଅତ୍ୟନ୍ତ ବିପଦ ସଂକୁଳ ହୋଇପଡିଛି । ସାବଧାନ ଓ ସଜାଗ ନହେଲେ ମୃତ୍ୟୁ ନିଶ୍ଚିତ । ରାଜପଥ ସଂପ୍ରସାରଣ ଓ ଦୋହରିକରଣ ପାଇଁ ଠିକାଦାରଙ୍କ ଅହେତୁକ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ବର୍ଷାଦିନେ ୫୫ ନଂ ଜାତୀୟ ରାଜପଥରେ ୮ଫୁଟ ଚଉଡାର ଗାଡମାନ ସୃଷ୍ଟି ହୋଇଛି । ଅତି ବିପଦ ସଂକୁଳ ଭାବେ ଗାଡି ଚାଳକମାନେ ଯାତାୟାତ କରୁଛନ୍ତି । ସତେ ଅବା ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀ ଆଖିରେ ଅନ୍ଧପୁଟୁଳି ବାନ୍ଧିଛନ୍ତି । ଜନସାଧାରଣଙ୍କୁ ପରୋକ୍ଷରେ ମରଣ ମୁହଁକୁ ଠେଲି ଦେଉଛନ୍ତି । ପ୍ରକାଶଯୋଗ୍ୟ ଖୁଣ୍ଟୁଣୀରୁ କୁଷ୍ପଙ୍ଗି ଭିତରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ତୁରନ୍ତ ଏହାର ସମାଧାନ ନହେଲେ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

 

Comments are closed.