ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ: ଆସନ୍ତୁ ଜାଣିବା କେତେ ଶିକ୍ଷିତ ଭାରତ

0

ନୂଆଦିଲ୍ଲୀ: ବିଶ୍ୱରୁ ନିରକ୍ଷରତା ଦୂର କରିବା ନିମନ୍ତେ ଆଜି ୫୨ତମ ଅନ୍ତରାଷ୍ଟ୍ରୀୟ ସ୍ୱାକ୍ଷରତା ଦିବସ ପାଳିତ ହେଉଛି। ୧୯୬୬ରେ ୟୁନିସ୍କୋ(ସଂଯୁକ୍ତ ରାଷ୍ଟ୍ର ଶିକ୍ଷକ ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ)ଶିକ୍ଷା ପ୍ରତି ଲୋକଙ୍କ ଆଗ୍ରହକୁ ବୃଦ୍ଧି କରିବା ନିମନ୍ତେ ପ୍ରତି ବର୍ଷ ସେପ୍ଟେମ୍ବର ୮କୁ ଅନ୍ତରାଷ୍ଟ୍ରୀୟ ବିଶ୍ୱ ସ୍ୱାକ୍ଷରତା ଦିବସ ଭାବେ ପାଳନ କରାଯାଉଛି।
ନିରକ୍ଷରତା ଦୂର କରିବା ନିମନ୍ତେ ସର୍ବପ୍ରଥମେ ଇରାନର ତେହେରାନର ଶିକ୍ଷା ମନ୍ତ୍ରୀ ବିଶ୍ୱ ସମ୍ମିଳନୀରେ ୧୯୬୫ସେପ୍ଟେମ୍ବର୮ରୁ ୧୯ ପର୍ଯ୍ୟନ୍ତ ଚର୍ଚ୍ଚା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ୨୬ଅକ୍ଟୋବର ୧୯୬୬ରେ ୟୁନିସ୍କୋ ଏହି ପଥାଙ୍କ ଅନୁସରଣ କରି ପ୍ରତି ବର୍ଷ ସେପ୍ଟେମ୍ବର ୮କୁ ବିଶ୍ୱ ସ୍ୱାକ୍ଷରତା ଦିବସ ଭାବେ ପାଳନ କରିବାକୁ ଜେନେରାଲ କନଫାରେନ୍ସରେ ଘୋଷଣା କରିଥିଲା।
ଆଜିର ଦିନରେ ବିଶ୍ୱ ୫୨ତମ ସ୍ୱାକ୍ଷରତା ଦିବସ ପାଳନ କରୁଥିବାବେଳେ ଭାରତରେ ସ୍ୱାକ୍ଷରତା ହାର ୭୪.୦୪% ରହିଛି। ରାଜ୍ୟମାନଙ୍କ ମଧ୍ୟରେ କେରଳ ସର୍ବାଧିକ ୯୩.୯୧% ହାରରେ ସ୍ୱାକ୍ଷର ହୋଇଥିବାବେଳେ ବିହାର ୬୩.୮୨% ସବୁଠାରୁ କମ୍‍ ସ୍ୱାକ୍ଷରତା ତାଲିକାରେ ରହିଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ ୧୦୧ଟି ଦେଶ, ଯେଉଁଠି ପୂର୍ଣ୍ଣ ସ୍ୱାକ୍ଷରତା ହାସଲ କରିବା ଅସମ୍ଭବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସ୍କୁଲ, ଶିକ୍ଷକ ଓ ଗମନାଗମନର ଅସୁବିଧା ସାଙ୍ଗକୁ ଶିକ୍ଷା ପ୍ରତି ଲୋକଙ୍କ ଅଗ୍ରାହ୍ୟ ପୂର୍ଣ୍ଣ ସ୍ୱାକ୍ଷରତାର ପ୍ରମୁଖ ବାଧକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ତାଲିକାରେ ଭାରତ ମଧ୍ୟ ରହିଛି। ଭାରତରେ ମାତ୍ର ୭୪ ପ୍ରତିଶତ ନାଗରିକ ସ୍ୱାକ୍ଷର ହୋଇଥିବାବେଳେ ବ୍ରିଟିସ ଶାସନ କାଳରେ କେବଳ ୧୨ପ୍ରତିଶତ ଭାରତୀୟ ସ୍ୱାକ୍ଷର ଥିଲେ।

kalyan agarbati
Leave A Reply