mission shakti banner

ଆଇପିଏଲ୍‌ : ୫୦% ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ଅନୁମତି

nua o banner

ମୁମ୍ବଇ  : ଆସନ୍ତା ୬ ତାରିଖରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)ରେ ଖେଳାଯାଉଥିବା ମ୍ୟାଚ୍‌ ଦେଖିବା ନିମନ୍ତେ ସିଟ୍ ସଂଖ୍ୟାର ୫୦% ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ନିମନ୍ତେ ଅନୁମତି ମିଳିଥିବା ଟିକଟ ବିକ୍ରି ଦାୟିତ୍ବରେ ଥିବା ସଂସ୍ଥା ବୁକ୍‌ ମାଇ ଶୋ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସୂଚନାଥାଉକି ମହାରାଷ୍ଟ୍ରର ୱାଙ୍ଖଡେ, ବ୍ରାବୋର୍ଣ୍ଣ, ଡିୱାଇ ପାଟିଲ୍‌, ନବି ମୁମ୍ବଇ ଓ ଗାହୁୱେ ଷ୍ଟାଡିୟମରେ ଆଇପିଏଲ୍‌ର ମ୍ୟାଚ୍‌ ଖେଳାଯାଉଥିବା ବେଳେ ଷ୍ଟାଡିୟମରେ ୨୫% ଦର୍ଶକ ବସି ମ୍ୟାଚ୍‌ ଉପଭୋଗ କରିପାରିବେ ବୋଲି ମହାରାଷ୍ଟ୍ର ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଷ୍ଟାଡିୟମରେ ଦର୍ଶକ ସଂଖ୍ୟା ବୃଦ୍ଧି ନେଇ ବିସିସିଆଇ ତରଫରୁ ସବୁଜ ସଙ୍କେତ ମିଳିଥିବା ଟିକଟ ବିକ୍ରି କରୁଥିବା ସଂସ୍ଥା ସୂଚନା ଦେଇଛି।

Comments are closed.