www.samajalive.in
Saturday, December 6, 2025
14.1 C
Bhubaneswar

ଓଡିଶାର ପ୍ରଥମ ୫-ତାରକା ଅକ୍ଷୟ ଶକ୍ତି ଇକୋ ଲକ୍‌ଜୁରି ରିସୋର୍ଟର ଲୋଗୋ ଉନ୍ମୋଚିତ

ଭୁବନେଶ୍ଵର : ପ୍ରତ୍ୟକ୍ଷ ଏଷ୍ଟେଟ୍‌ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବିଶ୍ଵସ୍ତରୀୟ ବିଳାସପୂର୍ଣ୍ଣ ହୋଟେଲ ସମୂହ ଆଟମୋସ୍ପିୟର୍ କୋର୍ ସହ ସହଭାଗିତାରେ ଗଜପତି ଜିଲ୍ଲା ଚନ୍ଦ୍ରଗିରିସ୍ଥିତ ଜିରାଙ୍ଗରେ ପରବର୍ତ୍ତୀ ୫ ତାରକା ଇକୋ ଲକଜୁରି ରିସୋର୍ଟ ପାଇଁ ଏକ ହୋଟେଲ ପରିଚାଳନା ଚୁକ୍ତିନାମା ସ୍ଵାକ୍ଷରିତ କରିବା ସହ ଏହାର ଆନୁଷ୍ଠାନିକ ଲୋଗୋ ଉନ୍ମୋଚନ କରିଛି। ଭୁବନେଶ୍ଵର ସ୍ୟାଣ୍ଡିଜ୍ ଟାଓ୍ବାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ବୃନ୍ଦ, ସରକାରୀ ଅଧିକାରୀ , ଶିଳ୍ପ ଲିଡର ଏବଂ ପର୍ଯ୍ୟଟନ କ୍ଷେତ୍ରର ଅଂଶୀଦାରମାନେ ଉପସ୍ଥିତ ରହି ଓଡିଶାର ଦୃଢ ଏବଂ ବିଳାସପୂର୍ଣ୍ଣ ଆତିଥ୍ୟର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି। ପଦ୍ମ ସମ୍ଭବ ମହାବିହାର ପୂର୍ବ ଭାରତର ବୃହତମ ତିବତୀୟ ମଠ ନିକଟରେ କୌଶଳପୂର୍ଣ୍ଣ ଭାବରେ ଅବସ୍ଥିତ ଏହି ରିସୋର୍ଟ ହେଉଛି ଓଡିଶାର ପ୍ରଥମ  ୧୦୦ ପ୍ରତିଶତ ଅକ୍ଷୟ ଶକ୍ତିି ଦ୍ଵାରା ପରିଚାଳିତ ୫ ତାରକା ରିସୋର୍ଟ , ଯାହା ପରିବେଶ ସ୍ଥିରତା , ଭାରତୀୟ ତିବତୀୟ ସ୍ଥପତ୍ୟ କଳା ଏବଂ ଆଦିବାସୀ ସଂସ୍କୃତିକୁ ସମନ୍ବିତ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories