www.samajalive.in
Saturday, December 6, 2025
14.1 C
Bhubaneswar

ଆତ୍ମହତ୍ୟା ରୋକିବା ପାଇଁ ସଚେତନତାର ଆବଶ୍ୟକତା ରହିଛି -ଡାକ୍ତର ନୀଳକଣ୍ଠ ମିଶ୍ର

କଟକ : କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ସ୍ଥିତ ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ” ବିଶ୍ୱ ଆତ୍ମହତ୍ୟା ନିରାକରଣ ସପ୍ତାହ” ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଯୋଗଦେଇ ଆତ୍ମହତ୍ୟା ନିରାକରଣ ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ l ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଅଧିକ୍ଷକ ପ୍ରଫେସର ଡାକ୍ତର ଅଜୟ ମିଶ୍ର ଚାପମୁକ୍ତ ଜୀବନଯାପନ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ସଂକ୍ରାନ୍ତରେ ମତବ୍ୟକ୍ତ କରିଥିଲେ l

ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ(ମାନସିକ ସ୍ୱାସ୍ଥ୍ୟ ) ଡାକ୍ତର ରେଖା ଭଗତ ଆତ୍ମହତ୍ୟା ସଂକ୍ରାନ୍ତରେ ଥିବା ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣି ଏକ ସୁସ୍ଥ ସମାଜ ଗଠନ ତଥା ସ୍ଥାୟୀ ବିକାଶ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଟେଲି ମାନସ ଓଡ଼ିଶାର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଲୋପାମୁଦ୍ରା ପ୍ରଧାନ ରାଜ୍ୟରେ ଟେଲି ମାନସର ସାମଗ୍ରିକ ସେବା ଏବଂ ଦେୟମୁକ୍ତ ନମ୍ବର ୧୪୪୧୬ ର ପ୍ରଚାର ପ୍ରସାର ସମ୍ପର୍କରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ନିମହାନ୍ସ ବାଙ୍ଗାଲୋର ଦ୍ୱାରା ଆୟୋଜିତ ଏଲ. ଏମ. ଏସ ପାଠ୍ୟକ୍ରମରେ ପ୍ରଶିକ୍ଷଣପ୍ରାପ୍ତ ଟେଲି ମାନସ ଓଡ଼ିଶାର ପରାମର୍ଶଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories