www.samajalive.in
Monday, December 15, 2025
26.1 C
Bhubaneswar

ଫେରିବେ ଯଲିଉଡ ବ୍ୟାଡ୍‌ବୟ ପୀୟୁଷ ତ୍ରିପାଠୀ-‘ସମାଜ’ ଡିଜିଟାଲର ମହାପ୍ରଭାବ 

ଭୁବନେଶ୍ୱର(ସମାଜ ଲାଇଭ୍‌ ବ୍ୟୁରୋ) -ଦୂର ହେଲା ଦ୍ବନ୍ଦ୍ବ, ସମସ୍ତ କଳ୍ପନା ଜଳ୍ପନାର ହେଲା ଅନ୍ତ। ଗତକାଲି ଭୁବନେଶ୍ବର ଖଣ୍ଡଗିରିରେ ଯାତ୍ରା ପାର୍ଟି ମାଲିକଙ୍କ ବୈଠକ ପରେ ଯଲିଉଡ ବ୍ୟାଡ୍‌ବୟ ପୀୟୁଷ ତ୍ରିପାଠୀଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଥିଲା। ତେବେ ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅତଏବ ୨୦୨୬ ଜାନୁଆରୀରୁ ପୀୟୁଷ ଯାତ୍ରା ସିଂହବାହିନୀ ମଞ୍ଚରେ ବିଧିବଦ୍ଧ ଭାବେ ଅଭିନୟ ଜାରି ରଖିବେ ବୋଲି ପାର୍ଟିର ଅଫିସିଆଲ ଫେସ୍‌ବୁକ୍‌ ପୋଷ୍ଟରେ ପୋଷ୍ଟିଂ କରାଯାଇଛି।

ପୀୟୁଷଙ୍କୁ ନେଇ ଯାତ୍ରା ଶ୍ରୀମନ୍ଦିର ଓ ସିଂହବାହିନୀ ପ୍ରଯୋଜକଙ୍କ ମଧ୍ୟରେ ଟଣାଓଟରା, ପୀୟୁଷ ନେଇଥିବା ଅଗ୍ରୀମ ଅର୍ଥ ଫେରସ୍ତ କରିବା ପ୍ରଭୃତି ଗୋଟିଏ ପରେ ଗୋଟିଏ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଯାତ୍ରା ସିଂହବାହିନୀର ପ୍ରଯୋଜକ ସଞ୍ଜୀବ ପାଢ଼ୀ କହିଛନ୍ତି, ୨୦୨୬ ଜାନୁଆରୀରୁ ପୀୟୁଷ ଚୁକ୍ତି ମୁତାବକ ୫ବର୍ଷ ପାଇଁ ତାଙ୍କ ଯାତ୍ରାନୁଷ୍ଠାନରେ ଅଭିନୟ ଜାରି ରଖିବେ। ଗତକାଲି ଏ ସମ୍ପର୍କରେ ‘ସମାଜ’ ଲାଇଭ୍‌ରେ ସ୍ବତନ୍ତ୍ର ଚର୍ଚ୍ଚା ହୋଇଥିବାବେଳେ ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୀୟୁଷ ସିଂହବାହିନୀକୁ ଫେରିବା ଖବର ସାଥୀ କଳାକାରଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ତେବେ ଏ ସମ୍ପର୍କରେ ପୀୟୁଷଙ୍କ ମତାମତ ମିଳିପାରି ନାହିଁ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories