ନୂଆଦିଲ୍ଲୀ : ଉତ୍ତର-ପୂର୍ବାଞ୍ଚଳର ୮ ରାଜ୍ୟ ମଧ୍ୟରୁ ୫ କରୋନାମୁକ୍ତ। ନାଗାଲାଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରାରେ କରୋନା ସଂକ୍ରମଣ ହୋଇ ନ ଥିବାବେଳେ ଆସାମ, ମେଘାଳୟ ଓ ମିଜୋରାମ ଭଳି ଅନ୍ୟ ତିନିଟି ରାଜ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ଆଦୌ ସଂକ୍ରମଣ ମାମଲା ସାମ୍ନାକୁ ଆସି ନାହିଁ ବୋଲି କହିଛନ୍ତି ଉତ୍ତର-ପୂର୍ବାଞ୍ଚଳ ବିକାଶ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଆସାମରେ ୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମେଘାଳୟରେ ୧୧ ଓ ମିଜୋରାମରେ ମାତ୍ର ଜଣେ ସଂକ୍ରମିତ ହୋଇଛନ୍ତି ବୋଲି ସୋମବାର ସେ ଭିଡିଓ କନ୍ଫରେନ୍ସ ଯୋଗେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ କହିଛନ୍ତି।
Popular Categories



