ବିଜୁ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ୫ ଜଣ ପ୍ରତିଭା

ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୪

ଭୁବନେଶ୍ୱର : ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୪” ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓ  ରାଜ୍ୟସଭା ସାଂସଦ  ସୁଲତା ଦେଓ ଉଦ୍ଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରୀତି ରଞ୍ଜନ ଘଡାଇ (ମନ୍ତ୍ରୀ,କୈାଶଳ ବିକାଶ,ବୈଶୟିକ ଶିକ୍ଷା,ଗ୍ରାମୀଣ ବିକାଶ), ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ପ୍ରମୁଖ ସଚିବ ,ପୂର୍ତ ବିଭାଗ, ଭି ଭି ୟାଦବ, ଚେୟାରମ୍ୟାନ ଓଟିଡିସି ଲେଲିନ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ସୁରେଶ କୁମାର ରାଉତରାୟ (ବିଧାୟକ ,ଜଟଣୀ),ସିଦ୍ଧାନ୍ତ ଦାସ୍(ଅଧ୍ୟକ୍ଷ,ଓରେରା), ଦିନେସ୍ ପୃଥି (ସିଜିମ୍ ,ଏସ୍ ବି ଆଇ), ତାରିଣୀ ପ୍ରସାଦ ମହାନ୍ତି(ମୁଖ୍ୟ, ଟିପି ମାଇନ୍ସ), ଆଇଟି ମିଡିଆ ନେଟ୍ଓ୍ବର୍କର ଅଧ୍ୟକ୍ଷ  ଶୁବାସିଷ୍ ଦାଶ , ମୁଖ୍ୟ ବକ୍ତା ଭାବେ ଓମ୍କାର ମହାନ୍ତି ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରୁଖ ସଚିବ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନୋଜ ମିଶ୍ର ଙ୍କ ସହ “ବ୍ରାଣ୍ଡ ଅଫ୍ ନ୍ୟୁୟୁ ଓଡିଶା” ଶିର୍ଷକ ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟରେ ବାଣିଜ୍ୟ କ୍ଷେତ୍ରକୁ ରୁଦ୍ଧିମନ୍ତ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ଉଦ୍ୟମକୁ ଅତିଥିମାନେ ସାଧୁବାଦ ଜଣାଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମୁହ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।  ପ୍ରାରମ୍ଭିକ ଅଧିବେଶନ ପରେ ୨୦୨୪ର  ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧି ର ପଥ କୁ ନେଇ ଶ୍ରୀ ଦିବ୍ୟଜିତ୍ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ବିଶିଷ୍ଠ ବକ୍ତା ଭାବେ ବୋଧିସତ୍ବ ସଙ୍ଘପ୍ରିୟ (ପ୍ରତିଷ୍ଠାତା ତଥା ସିଇଓ-ଆଇଜି ଡ୍ରୋନ୍ସ୍),ପ୍ରଫେସର ପ୍ରଭାତ କୁମାର   ରାଉଳ (ଉପକୁଳପତି,ଓୟୁଏଟି) ,ବ୍ରହ୍ମାନନ୍ଦ ମେହେର୍(ପରିଚାଳନା ନିର୍ଦେଶକ,ଅରୁନ୍ଧତି ଜୁଏଲର୍ସ),ଶୁଭେନ୍ଦୁ ଶେଖର ନାୟକ(ସ୍ବତନ୍ତ୍ର ସଚିବ,ଇସ୍ପାତ ବିଭାଗ),ଡାଃ ଜୟନ୍ତ କୁମାର ପଣ୍ଡା (ଏସ୍ସିବି ମେଡିକାଲ ),ପ୍ରଦିପ୍ତ ମହାନ୍ତି (ଅଧ୍ୟକ୍ଷ ,ଏସ୍ଏନ୍ଏମ୍ ଗ୍ରୁପ୍) ପ୍ରମୁଖ ଯୋଗଦାନ କରିଥିଲେ।

ଆଲୋଚନାଚକ୍ର ପରେ ଡଃ ବି କେ ଦାସ୍(ଡିଜି,ଇସିଏସ୍ ,ଡିଆରଡିଓ),ପ୍ରଫେସର ମାଧବାନନ୍ଦ କର(ନିର୍ଦେଶକ ,ଏଆଇଏମ୍ସ୍,ମଙ୍ଗଳଗିରି),ଡାଃ ସୀତାକାନ୍ତ ଦାଶ୍(ପରିଚାଳନା ନିର୍ଦେଶକ,କଳିଙ୍ଗ ହସ୍ପିଟାଲ୍),କାର୍ତିକେଶ୍ବର ପାତ୍ର(ଅଧ୍ୟକ୍ଷ ,ଜିସିଏମ୍ପିଲ୍), ଶିବ ପ୍ରସାଦ ମହାନ୍ତି(ମୁଖ୍ୟ ନିର୍ଦ୍ଦେଶକ,ଏଚ୍ୟୁଆରଏଲ୍) ଙ୍କ ସମ୍ମାନଜନକ ବିଜୁ ରତ୍ନ ସମ୍ମାନରେ, ସୁନିଲ୍ କାୟଲ୍(ପରିଚାଳନା ନିର୍ଦ୍ଦେଶକ ,ରାଉରକେଲା ଚାମ୍ବର ଅଫ୍ ଇଣ୍ଡରଷ୍ଟ୍ରିଜ୍,ଏସ୍ ବି ଗୁପ୍ତା(ପରିଚାଳନା ନଋର୍ଦେଶକ,ଆର ବି କନଷ୍ଟ୍ରକ୍ସନ)ଙ୍କ ଜୀବନ ବ୍ୟାପି ସାଧନା ସମ୍ମାନରେ , ବାଣିଜ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୩୪ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୪”ରେ  ସମ୍ମାନିତ କରାଯାଇଥିଲା।

ଏତଦ୍ ବ୍ୟତୀତ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂସ୍କରଣ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍‌ସ”ର ସଦସ୍ୟ ଅରୁଣ କୁମାର ମାହାନା, ପ୍ରମୋଦ କୁମାର ଲେଙ୍କା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସହ-ସଂପାଦକ ଶୁଭଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.