www.samajalive.in
Sunday, December 7, 2025
23.1 C
Bhubaneswar

ଡିପଥେରିଆ ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୫ ଶିଶୁ

ଭବାନୀପାଟଣା: ଡିପଥେରିଆ ସନ୍ଦେହରେ ଥୁଆମୂଳ ରାମପୁର ବ୍ଲକ୍ ସରାଫାସ ଗାଁ ର ୪ଜଣ ଶିଶୁ ଏବଂ ଭୂରଭୂରି ଟେମରି ଗାଁ ର ଜଣେ ଶିଶୁ ଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ସରାଫାସ ଗାଁର ଲବ ମାଝି , କୁଶ ମାଝି , ଅଜୟ ମାଝି , ଶଙ୍କର ମାଝି ଏବଂ ଇନ୍ଦ୍ର ମାଝି । ଥୁଆମୂଳ ରାମପୁର ଡାକ୍ତରଖାନା ର ଭାରପ୍ରାପ୍ତ ମେଡିକାଲ୍ ଅଫିସର ଡାକ୍ତର ନୀତିଶ ଝା ଙ୍କ ନେତୃତ୍ୱ ରେ ସ୍ବାସ୍ଥ୍ୟ ବିଭାଗ ର ଏକ ୧୩ ଜଣିଆ ଟିମ୍ ମଙ୍ଗଳବାର ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳ କୁ ଯାଇଥିଲେ। ସେଠାରେ କିଛି ଶିଶୁ ଙ୍କୁ ପ୍ରାଥମିକ ଚିକିତ୍ସା ଦେବା ସହିତ ୫ ଜଣଙ୍କୁ ଭବାନୀପାଟଣା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସେମାନଙ୍କ ସହିତ ମୁନୁଷ ପଦର ଗାଁରୁ ଫେରି ଥଣ୍ଡା ଜ୍ଵର ରେ ଆକ୍ରାନ୍ତ ଥିବା ଅନ୍ୟ ଦୁଇ ଜଣ ବୟସ୍କ ଙ୍କୁ ମଧ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଆଜି ସେମାନଙ୍କ ସ୍ୱାବ ଟେଷ୍ଟ କରାଯିବା ପରେ ପରବର୍ତ୍ତୀ ଚିକିତ୍ସା କରାଯିବ ବୋଲି ଡାକ୍ତରଖାନା ସୂତ୍ର ରୁ ପ୍ରକାଶ ପାଇଛି।  ଅନ୍ୟପକ୍ଷରେ ଆଜି ଥୁଆମୂଲ ରାମପୁର ଅଞ୍ଚଳ ର ସ୍ବାସ୍ଥ୍ୟ କର୍ମୀ ଙ୍କ ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିବେ ବୋଲି ଜଣାପଡିଛି।
ତେବେ  ଗତ ୯ ତାରିଖ ଦିନ ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ମୁନିସପଦର ଗାଁ କୁ ସାରାଫାସ ଗାଁ ର କିଛି ଲୋକ ଯାଇଥିଲେ। ସେଠାରୁ ଫେରିବା ପରେ ସରଫାସ ଗାଁ ର ଜଣେ ବାଳକ ର ମୃତ୍ୟୁ ଘଟିଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ ଏହି ଖବର ପାଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଙ୍କ ନେତୃତ୍ୱରେ ଏକ ଟିମ୍ ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ର ଅନୁଧ୍ୟାନ କରିଥିଲେ। ପରେ ଜଳଭଣ୍ଡାର ଅଞ୍ଚଳ ର ସରାଫାସ ଗାଁ କୁ ଯିବା ପରେ କିଛି ଶିଶୁ ଏବଂ ବାଳକ ଥଣ୍ଡା ଜ୍ଵରରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ଟିମ୍ ଜାଣି ପାରି ଚିକିତ୍ସା ଆରମ୍ଭ କରିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories