www.samajalive.in
Friday, December 12, 2025
14.1 C
Bhubaneswar

ଡିପଥେରିଆ ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୫ ଶିଶୁ

ଭବାନୀପାଟଣା: ଡିପଥେରିଆ ସନ୍ଦେହରେ ଥୁଆମୂଳ ରାମପୁର ବ୍ଲକ୍ ସରାଫାସ ଗାଁ ର ୪ଜଣ ଶିଶୁ ଏବଂ ଭୂରଭୂରି ଟେମରି ଗାଁ ର ଜଣେ ଶିଶୁ ଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ସରାଫାସ ଗାଁର ଲବ ମାଝି , କୁଶ ମାଝି , ଅଜୟ ମାଝି , ଶଙ୍କର ମାଝି ଏବଂ ଇନ୍ଦ୍ର ମାଝି । ଥୁଆମୂଳ ରାମପୁର ଡାକ୍ତରଖାନା ର ଭାରପ୍ରାପ୍ତ ମେଡିକାଲ୍ ଅଫିସର ଡାକ୍ତର ନୀତିଶ ଝା ଙ୍କ ନେତୃତ୍ୱ ରେ ସ୍ବାସ୍ଥ୍ୟ ବିଭାଗ ର ଏକ ୧୩ ଜଣିଆ ଟିମ୍ ମଙ୍ଗଳବାର ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳ କୁ ଯାଇଥିଲେ। ସେଠାରେ କିଛି ଶିଶୁ ଙ୍କୁ ପ୍ରାଥମିକ ଚିକିତ୍ସା ଦେବା ସହିତ ୫ ଜଣଙ୍କୁ ଭବାନୀପାଟଣା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସେମାନଙ୍କ ସହିତ ମୁନୁଷ ପଦର ଗାଁରୁ ଫେରି ଥଣ୍ଡା ଜ୍ଵର ରେ ଆକ୍ରାନ୍ତ ଥିବା ଅନ୍ୟ ଦୁଇ ଜଣ ବୟସ୍କ ଙ୍କୁ ମଧ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଆଜି ସେମାନଙ୍କ ସ୍ୱାବ ଟେଷ୍ଟ କରାଯିବା ପରେ ପରବର୍ତ୍ତୀ ଚିକିତ୍ସା କରାଯିବ ବୋଲି ଡାକ୍ତରଖାନା ସୂତ୍ର ରୁ ପ୍ରକାଶ ପାଇଛି।  ଅନ୍ୟପକ୍ଷରେ ଆଜି ଥୁଆମୂଲ ରାମପୁର ଅଞ୍ଚଳ ର ସ୍ବାସ୍ଥ୍ୟ କର୍ମୀ ଙ୍କ ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିବେ ବୋଲି ଜଣାପଡିଛି।
ତେବେ  ଗତ ୯ ତାରିଖ ଦିନ ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ମୁନିସପଦର ଗାଁ କୁ ସାରାଫାସ ଗାଁ ର କିଛି ଲୋକ ଯାଇଥିଲେ। ସେଠାରୁ ଫେରିବା ପରେ ସରଫାସ ଗାଁ ର ଜଣେ ବାଳକ ର ମୃତ୍ୟୁ ଘଟିଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ ଏହି ଖବର ପାଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଙ୍କ ନେତୃତ୍ୱରେ ଏକ ଟିମ୍ ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ର ଅନୁଧ୍ୟାନ କରିଥିଲେ। ପରେ ଜଳଭଣ୍ଡାର ଅଞ୍ଚଳ ର ସରାଫାସ ଗାଁ କୁ ଯିବା ପରେ କିଛି ଶିଶୁ ଏବଂ ବାଳକ ଥଣ୍ଡା ଜ୍ଵରରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ଟିମ୍ ଜାଣି ପାରି ଚିକିତ୍ସା ଆରମ୍ଭ କରିଥିଲା।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories