www.samajalive.in
Sunday, December 7, 2025
13.1 C
Bhubaneswar

ଜାଣନ୍ତୁ, କିଏ ଏବଂ କାହିଁକି ସଲମାନଙ୍କ ବାସଭବନକୁ ଚଳାଇଥିଲା ଗୁଳି…

ମୁମ୍ବଇ : ରବିବାର ଭୋର ୫ଟା ସମୟରେ ବଲିଉଡ୍‌ ତାରକା ସଲମାନ ଖାନ୍‌ଙ୍କ ମୁମ୍ବଇର ବାନ୍ଦ୍ରାସ୍ଥିତ ବାସଭବନ ସମ୍ମୁଖରେ ଗୁଳି ଫୁଟିଥିବା ଜଣାପଡିଛି। ବାଇକରେ ଆସିଥିବା ଦୁଇ ଜଣ ବ୍ୟକ୍ତି ତାଙ୍କ ଘର ସାମନାରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବାପରେ ସେଠାରୁ ପଳାଇଥିଲେ। ଏଥିମଧ୍ୟରୁ ୪ଟି ଗୁଳି ଫୁଟିଥିବାବେଳେ ଘଟଣାସ୍ଥଳରୁ ଗୋଟିଏ ଅଫୁଟା ଗୁଳି ଉଦ୍ଧାର କରାଯାଇଛି। ଏପରିକି ଗୋଟିଏ ଗୁଳି ସଲମାନଙ୍କ ବାସଭବନର ପ୍ରଥମ ମହଲାରେ ବାଜିଥିବା ଜଣାଯାଇଛି। ମୁମ୍ବଇ ପୁଲିସ କହିବା ଅନୁଯାୟୀ ଅଭିଯୁକ୍ତମାନେ ୭.୬ ବୋର୍‌ ବନ୍ଧୁକରୁ ଗୁଳି ଫୁଟାଇଛନ୍ତି। ଗୁଳି ଫୁଟାଇଥିବା ବ୍ୟକ୍ତିମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସଦସ୍ୟ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛନ୍ତି। ପଞ୍ଜାବୀ ଗାୟକ ସିଧୁ ମୁଜୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ଜଣେ ଫେରାର ଅଭିଯୁକ୍ତ ହେଉଛି ଅନମୋଲ। ଅନମୋଲ ଏବେ ଆମେରିକାରେ ଲୁଚିଥିବା ଅନୁମାନ କରାଯାଉଛି। ଅନମୋଲ ଏହାର ସୋଲିଆଲ ମିଡିଆରେ କହିଛି ଯେ ଏହି ଗୁଳିକାଣ୍ଡ ଏକ ଟ୍ରେଲର। ତେଣୁ ଆଗାମୀ ଦିନରେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ସେ ଧମକ ଦେଇଛି। ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ସଲମାନଙ୍କ ବାସଭବନ ଏବଂ ଆଖାପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ଏହି ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସଲମାନଙ୍କୁ ତାଙ୍କ ବାସଭବନରେ ଭେଟି ଏ ସମ୍ପର୍କରେ ଅବଗତ ହୋଇଛନ୍ତି।
୧୯୯୮ରେ ରାଜସ୍ଥାନରେ ହିନ୍ଦୀ ଚଳଚଚ୍ଚିତ୍ର ‘ହମ୍‌ ସାଥ୍‌ ସାଥ୍‌ ହୈ’ର ସୁଟିଂ ଚାଲିଥିବାବେଳେ ସଲମାନ ଓ ସାଥୀ କଳାକାରମାନେ ଯୋଧପୁରରେ ଦୁଇଟି କୃଷ୍ଣସାର ମୃଗଙ୍କୁ ହତ୍ୟା କରିଥିଲେ। ରାଜସ୍ଥାନର ବିଷ୍ଣୋଇ ସଂପ୍ରଦାୟ କୃଷ୍ଣସାର ମୃଗଙ୍କୁ ପୂଜା କରୁଥିବାବେଳେ ସେମାନଙ୍କର ଶିକାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହି ସଂପ୍ରଦାୟର ଏତଲାକୁ ଆଧାର କରି ରାଜସ୍ଥାନ ପୁଲିସ ମାମଲା ରୁଜୁ କରିବା ସହ ୧୯୯୮ ଅକ୍ଟୋବର ୧୨ରେ ସଲମାନଙ୍କୁ ଗିରଫ କରିଥିଲା। ୨୦୧୩ରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ସଲମାନଙ୍କ ଦଣ୍ଡାଦେଶକୁ ବାତିଲ କରିବା ସହ ତାଙ୍କୁ ନିର୍ଦୋଷରେ ଖଲାସ କରିଥିଲେ। ଏହାର ପ୍ରତିବାଦରେ ରାଜସ୍ଥାନ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। କୃଷ୍ଣସାର ମୃତ ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ସଲମାନଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଛି। ମୁମ୍ବଇ ପୁଲିସ ପକ୍ଷରୁ ଗତବର୍ଷ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ‘ୱାଇ ପ୍ଲସ୍‌’କୁ ବୃଦ୍ଧି କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories