ମୁଖ୍ୟମନ୍ତ୍ରୀଙ୍କୁ ଆପତ୍ତି ଜଣାଇବା ପାଇଁ କୁନି ଧାବିକାଙ୍କ ୨୦୦କିମି ମାରାଥନ୍‌

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଆପତ୍ତି ଜଣାଇବା ଉଦ୍ଦେଶ୍ୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ପ୍ରୟାଗରାଜଠାରୁ ରବିବାର ୨୦୦କିଲୋମିଟର ମାରାଥନ୍‌ ଦୌଡ଼ିବା ଆରମ୍ଭ କରିଛନ୍ତି । ସେ ଆସନ୍ତା ୧୭ରେ ଲକ୍ଷ୍ନୌରେ ପହଞ୍ଚି ଯୋଗୀଙ୍କୁ ଭେଟିବା ଆଶା ରଖିଛନ୍ତି । ଏହି ଛାତ୍ରୀଙ୍କ ନାମ କାଜଲ ନିଶାଦ। ସେ ଜଣେ ଉଦୀୟମାନ ଧାବିକା। ଗତ ବର୍ଷ ଅନୁଷ୍ଠିତ ଇନ୍ଦିରା ମାରାଥନ୍‌ରେ ବରିଷ୍ଠ ପ୍ରତିଯୋଗୀଙ୍କ ସହ ସାମିଲ ହୋଇ କୃତିତ୍ବ ହାସଲ କରିଥିଲେ। ସେ ୪ଘଣ୍ଟା ୨୨ ମିନିଟରେ ୪୨ କିଲୋମିଟର ଅତିକ୍ରମ କରିଥିଲେ। ସେ ଅନେକ ବରିଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ। ଏହା ସତ୍ତ୍ବେ ତାଙ୍କ ଦକ୍ଷତାକୁ ଜିଲା ପ୍ରଶାସନ ସମ୍ମାନ ଦେଇ ନହିଁ। ତାଙ୍କ ବାପା ତଥା ପ୍ରଶିକ୍ଷକ ରଜନୀକାନ୍ତ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଲକ୍ଷ୍ନୌରେ ପହଞ୍ଚି ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ। ସେ ଝିଅର ଆଶା ପୂରଣ କରିବେ ବୋଲି ରଜନୀକାନ୍ତ ଅଶା ରଖିଛନ୍ତି। ବାପା-ଝିଅ ବାଟରେ ଫାଫାମାଉଁ ଓ କୁଣ୍ଠାରେ ଦୁଇଟି ରହଣି କରିବେ। କୁଣ୍ଡାଠାରେ ବିଧାୟକ ରାଜା ଭାୟାଙ୍କ ଘରେ ସେ ବିଶ୍ରାମ ନେବେ ବୋଲି ରଜନୀକାନ୍ତ କହିଛନ୍ତି। କାଜଲଙ୍କ ଘର ଲଳିତପୁରଠାରେ ଏବଂ ବାପା ରେଳବାଇରେ ପଏଣ୍ଟସ୍‌ମ୍ୟାନ୍‌ ଅଛନ୍ତି।

kalyan agarbati

Comments are closed.