www.samajalive.in
Sunday, December 14, 2025
16.1 C
Bhubaneswar

ଆଜି ଦ୍ଵିତୀୟ ଦିନରେ ଶପଥ ନେବେ ଅବଶିଷ୍ଟ ୪୫ ବିଧାୟକ: ଆସନ୍ତାକାଲି ବାଚସ୍ପତି ନିର୍ବାଚନ

ଭୁବନେଶ୍ବର :ତିନି ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଥମ ଦିନରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ମିଶାଇ ୧୦୨ଜଣ ନବନିର୍ବାଚିତ ବିଧାୟକ ବିଧାନସଭା ସଦସ୍ୟଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି (ବୁଧବାର) ଅବଶିଷ୍ଟ ୪୫ଜଣ ନବ ନିର୍ବାଚିତ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ କରିବାର କାର୍ଯ୍ୟକ୍ରମ ରହିଛି। ୨୦ ତାରିଖରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏହି ପଦ ପାଇଁ କେଉଁମାନେ ନାମାଙ୍କନପତ୍ର ଦାଖଲ କରିବେ ତାହା ସ୍ପଷ୍ଟ ହୋଇନାହିଁ। ବିରୋଧୀ ପ୍ରାୟତଃ ଏହି ପଦ ପାଇଁ ପ୍ରାର୍ଥୀ ଦେଇ ନପାରନ୍ତି। ବିଜେପିରୁ କିଏ ନାମାଙ୍କନ ଦାଖଲ କରିବେ ତାହା ଦେଖିବାକୁ ବାକି ରହିଛି। ରଣପୁର ବିଧାୟକ ସୁରମା ପାଢ଼ୀଙ୍କ ନାଁ ଚର୍ଚ୍ଚାରେ ରହିଛି। ଅସ୍ଥାୟୀ ବାଚସ୍ପତି ନିର୍ବାଚନ ପରିଚାଳନା ଦାୟିତ୍ବ ତୁଲାଇବେ। ତେବେ ଚଳିତ ବିଧାନସଭାକୁ ରେକର୍ଡ ସଂଖ୍ୟକ ୮୪ଜଣ ନୂଆ ମୁହଁ ଆସିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ଶପଥ ନେଇଥିବାବେଳେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ଆସନରେ ଦେଖିବାକୁ ମିଳିଥିଲା। ସେ ହିଞ୍ଜିଳି ବିଧାୟକଭାବେ ଶପଥ ନେଇଥିଲେ। ପରେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ରବି ନାୟକ, ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ, ସୁରମା ପାଢ଼ୀ, ପ୍ରମିଳା ମଲ୍ଲିକ, ନଳିନୀକାନ୍ତ ପ୍ରଧାନ, ତାରାପ୍ରସାଦ ବାହିନୀପତି, ଅଶ୍ବିନୀ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ମନୋରମା ମହାନ୍ତି, ଅମରେନ୍ଦ୍ର ଦାସ, ସଞ୍ଜଳି ମୁର୍ମୁ, ସୁନୀଲ କୁମାର ମହାନ୍ତି, ଓମ୍‌ପ୍ରକାଶ ମିଶ୍ର, ରମେଶ ବେହେରା, ଅରୁଣ ସାହୁ, ପ୍ରତାପ ଦେବ, ବଦ୍ରିନାରାୟଣ ପାତ୍ର, ଦେବୀରଞ୍ଜନ ତ୍ରିପାଠୀ, ବାବୁ ସିଂ, ମାଧବ ଧଡ଼ା, ସର୍ବକନିଷ୍ଠ ଉପାସନା ମହାପାତ୍ର ପ୍ରମୁଖ ବିଧାୟକଭାବେ ଶପଥ ନେଇଥିଲେ। ଅସ୍ଥାୟୀ ବାଚସ୍ପତି ଶ୍ରୀ ସ୍ବାଇଁ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ବିଜେପି ସରକାରର ଏହା ପ୍ରଥମ ବିଧାନସଭା ଅଧିବେସନ ହୋଇଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories