ରାଜ୍ୟ ବାହାରେ ଗଲା ଆଉ ଜଣେ ଦାଦନ ଶ୍ରମିକଙ୍କ ଜୀବନ

ଦୁଇ ମାସ ବ୍ୟବଧାନରେ ୪ଶ୍ରମିକଙ୍କ ମୃତ୍ୟୁ

କୋକସରା/ ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପୁଣି ଜଣେ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ରବିବାର ତାମିଲନାଡୁରେ କାମ କରୁଥିବା କାଉଡୋଲା ପଞ୍ଚାୟତ ମହାଜନଗୁଡା ଗ୍ରାମର ରୁଦ୍ର ବେଶ୍ରାଙ୍କ ସାନପୁଅ ମହେନ୍ଦ୍ର ବେଶ୍ରା (୨୦)ଙ୍କ ମୃତ୍ୟୁ ହୋଇଛି।
prayash
ପରିବାର ସୂଚନା ଅନୁସାରେ, ପ୍ରାୟ ୩ମାସ ତେଲେ ମହେନ୍ଦ୍ର ତାମିଲନାଡୁର କୋଏମ୍ବାଟୁର ଜିଲ୍ଲା କାରୋଭାଲୁର ସ୍ଥିତ ଜଗନ୍ନାଥ ସୂତା କଳରେ ଶ୍ରମିକ ଭାବେ ନିୟୋଜିତ ହୋଇଥଲେ। ସବୁ କିଛି ଠିକ୍ ଠାକ୍ ଥିବା ଓ ସାମାନ୍ୟ ଜ୍ବର ହେଉଥିବା ନେଇ ଦୁଇ ଦିନ ତଳେ ଘର ଲୋକଙ୍କୁ ଫୋନ୍ କରି ଜଣାଇବାରୁ ପରିବାର ଲୋକେ ତାଙ୍କୁ କିଛି ଦିନ କାମକୁ ନ ଯିବା ପାଇଁ କହିଥିଲେ। ହେଲେ ସେଠାରେ ରବିବାର ସକାଳୁ ମହେନ୍ଦ୍ରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ଏହା ପରେ ପରିବାର ଲୋକଙ୍କୁ କମ୍ପାନୀ କର୍ମଚାରୀ ମାନେ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ନେଇ ଫେନ୍ କରି ଜଣେଇଲେ। ତେବେ ସେଠାରେ ଥିବା ମହେନ୍ଦ୍ରଙ୍କ ସାଥି ଶ୍ରମିକ ମାନଙ୍କ ଠାରୁ ଓ ଆସିଥିବା ଫଟୋରୁ ପରିବାର ଲୋକେ ମହେନ୍ଦ୍ରର ମୃତ୍ୟୁ ପଛରେ କୌଣସି କାରଣ ଲୁଚି ରହିଥିବା ବେଳେ ସେ ଏଭଳି କରି ନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ରୋଜଗାରକ୍ଷମ ପୁଅର ମୃତ୍ୟୁ ପରେ ଆଖିରେ ଆଖିଏ ଲୁହ ରଖି ବାହୁନୀ ବାହୁନି କାନ୍ଦୁଛି ମା’ ବାପା ସହିତ ପୁରା ପରିବାର । ତେବେ ପାଖପଡିଶା ଓ ଗାଁରେ  ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏନେଇ ପରିବାର ଲୋକେ ଆମପାଣି ଥାନାରେ ଘଟଣା ଜଣାଇ ଦେଇ ଥିବାବେଳେ କମ୍ପାନୀ ସହାୟତାରେ ଭିଟାମାଟିକୁ ଶ୍ରମିକଙ୍କ ମୃତ ଦେହ ଫେରିବା ନେଇ ସୂଚନା ମିଳିଛି। ୨୦୨୨ ମସିହାରେ କୋକସରା ବ୍ଳକରେ ୧୧ ଜଣ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିଲା। ତେବେ ଚଳିତ ବର୍ଷ ସାନ ପୋଡାଗୁଡା ପଞ୍ଚାୟତ ରାଜୀବ କଲୋନୀର କୃତ୍ତିକ ମାଝୀ ଆନ୍ଧ୍ର ପ୍ରଦେଶରେ ମୃତ୍ୟୁ ହୋଇଥିବାବେଳେ ବେଙ୍ଗାଳୁରୁରେ ମୁଷାପାଲି ପଞ୍ଚାୟତ ଖପ୍ରାମାଲ ଗ୍ରାମର ୨୫ ବର୍ଷୀୟ ଉର୍ବଶୀ ନାଏକ, ତେଲେଙ୍ଗାନାରେ ଖୁଣ୍ଟିଆ ଗ୍ରାମର ଦେବାନନ୍ଦ ପୁଝାରୀ ସମେତ ମହେନ୍ଦ୍ରଙ୍କୁ ମିଶି ବ୍ଳକରେ ଦୁଇ ମାସ ବ୍ୟବଧାନରେ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

Comments are closed.