www.samajalive.in
Sunday, December 7, 2025
26.1 C
Bhubaneswar

ଅନଶନରେ ବସିବେ ୪ଲକ୍ଷ ପ୍ରତିରକ୍ଷା କର୍ମଚାରୀ

ଚେନ୍ନଇ : ଆଗାମୀ ଜାନୁଆରୀ ୨୩ରୁ ୨୫ ତିନିଦିନ ପାଇଁ ଅନଶନ କରିବେ ୪ଲକ୍ଷ ପ୍ରତିରକ୍ଷା କର୍ମଚାରୀ। ଦେଶର ୪୧ଟି ଅର୍ଡନାନ୍ସ ଫ୍ୟାକ୍ଟ୍ରି, ନାଭାଲ ଡକ୍‍ୟାର୍ଡ, ସେନା ଓ ବାୟୁସେନା ୱାର୍କସପ୍‍ ଓ ଅନ୍ୟାନ୍ୟ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍‍ରେ କାମ କରୁଥିବା ପ୍ରତିରକ୍ଷା କର୍ମଚାରୀମାନେ ଅନଶନ କରିବେ। ପ୍ରସ୍ତାବିତ ଅନଶନ ପୂର୍ବରୁ ପ୍ରତୀକ ଅନଶନ ସ୍ୱରୂପ ଏହି କର୍ମଚାରୀମାନେ ମଙ୍ଗଳବାର ସେମାନଙ୍କର ମଧ୍ୟାହ୍ନଭୋଜନ ଖାଇ ନ ଥିଲେ। ଦେଶର ପ୍ରତିରକ୍ଷା ଉତ୍ପାଦନକୁ ସରକାର ଘରୋଇକରଣ କରିବା ଲାଗି ନେଉଥିବା ପଦକ୍ଷେପକୁ ବିରୋଧ କରି ଏହି କର୍ମଚାରୀମାନେ ପ୍ରତୀକ ଅନଶନ କରିଥିଲେ। ସର୍ବଭାରତୀୟ ପ୍ରତିରକ୍ଷା କର୍ମଚାରୀ ଫେଡେରେସନ (ଏଆଇଡିଇଏଫ୍‍)ର ସାଧାରଣ ସମ୍ପାଦକ ଶ୍ରୀକୁମାର କହିଛନ୍ତି ଯେ ସରକାର ଯଦି ଆଗାମୀ ଦିନରେ ପ୍ରତିରକ୍ଷା ଉତ୍ପାଦନର ଘରୋଇକରଣକୁ ବନ୍ଦ ନ କରନ୍ତି; ତେବେ ସମସ୍ତ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ରକୁ ବନ୍ଦ କରିଦିଆଯିବ। ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଘରୋଇ କମ୍ପାନୀର ସହଭାଗିତା ନେଇ ସରକାର ବୁଝାମଣା କରିଛନ୍ତି। ବୁଝାମଣା ଅନୁଯାୟୀ ୨୦୦ ପ୍ରକାର ପ୍ରତିରକ୍ଷା ସାମଗ୍ରୀ ଘରୋଇ କମ୍ପାନୀଙ୍କ ଦ୍ୱାରା ନିର୍ମାଣ ହେବ। ଏହିସବୁ ସାମଗ୍ରୀ ଏବେ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ରଗୁଡିକରେ ତିଆରି ହେଉଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories