ଘୂର୍ଣ୍ଣିଝଡ଼ ମେକୁନୁ ପ୍ରଭାବିତ ୩୮ ଭାରତୀୟ ଉଦ୍ଧାର
ନୂଆଦିଲ୍ଲୀ : ସାମୁଦ୍ରିକ ଘୂର୍ଣ୍ଣିଝଡ୍ ମେକୁନୁ ଦ୍ୱାରା ପ୍ରଭାବିତ ହୋଇ ୟେମେନର ଏକ ଦ୍ୱୀପରେ ଅଟକ ଥିବା ୩୮ଜଣ ଭାରତୀୟଙ୍କୁ ନୌସେନା ଉଦ୍ଧାର କରିଛି। ୟେମେନର ସୋକୋଟ୍ରା ଦ୍ୱୀପରେ ଏହି ଭାରତୀୟମାନେ ଅଟକି ରହିଥିଲେ। ଭାରତୀୟ ନୌସେନାର ଜାହାଜ ସୁନୟାନ ଏମାନଙ୍କୁ ଉଦ୍ଧାର କରିଛି। ମେକୁନୁ ପ୍ରଭାବିତ ଲୋକଙ୍କୁ ଉଦ୍ଧାର ପାଇଁ ନୌସେନା ପକ୍ଷରୁ ‘ନିସ୍ତାର’ ନାମରେ ଅଭିଯାନ କରାଯାଇଥିଲା। ଉଦ୍ଧାର ଭାରତୀୟମାନେ ଏବେ ଜାହାଜ ଦ୍ୱାରା ଭାରତ ଅଣାଯାଉଛି।