ରିମ୍ସରେ ଡାକ୍ତର, କର୍ମଚାରୀ ଆନ୍ଦୋଳନ: ୩୬ଘଣ୍ଟାରେ ୧୪ ରୋଗୀ ମୃତ

0

ରାଞ୍ଚି : ଝାଡଖଣ୍ଡର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‍ ଅଫ ମେଡିକାଲ ସାଇନ୍ସ (ରିମ୍ସ)ରେ ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ୩୬ଘଣ୍ଟା ମଧ୍ୟରେ ୧୪ଜଣ ରୋଗୀଙ୍କର ମୃତ୍ୟୁ ହେଲାଣି। ମେଡିକାଲର ଜଣେ କର୍ମଚାରୀଙ୍କୁ ରୋଗୀଙ୍କ ଅଭିଭାବକ ମାଡ ମାରିବାକୁ ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଶୁକ୍ରବାର ରାତିରେ ଗୀତା ଦେବୀ ନାମକ ଜଣେ ରୋଗୀଙ୍କୁ ଜଣେ ନର୍ସ ଇଞ୍ଜେକସନ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ରୋଗୀଙ୍କ ଅଭିଭାବକ ସମ୍ପୃକ୍ତ ନର୍ସଙ୍କୁ ମାଡ ମାରିଥିଲେ। ଶନିବାର ସକାଳୁ ଅନୁଷ୍ଠାନର ଜୁନିୟର ଡାକ୍ତର ଓ ନର୍ସମାନେ ଆନ୍ଦୋଳନ ଚଳାଇଛନ୍ତି। ସେମାନେ ଡାକ୍ତରଖାନାରେ କୌଣସି ରୋଗୀଙ୍କୁ ଭର୍ତ୍ତି କରାଇ ଦେଉ ନାହାନ୍ତି କି ଚିକିତ୍ସାଧୀନ ରୋଗୀଙ୍କୁ ଓøଷଧ, ଇଞ୍ଜେକସନ ଦେଉ ନାହାନ୍ତି। ଏହାଦ୍ୱାରା ୩୬ଘଣ୍ଟା ମଧ୍ୟରେ ୧୪ଜଣ ରୋଗୀଙ୍କର ମୃତ୍ୟୁ ହେଲାଣି। ଶନି ଓ ରବି ଦୁଇଦିନ ମଧ୍ୟରେ ୨୦୦୦ରୁ ଅଧିକ ଓପିଡି ରୋଗୀ ଫେରିଯାଇଛନ୍ତି। ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରବିବାର ଏହା ଉପରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।

Leave A Reply