www.samajalive.in
Sunday, December 14, 2025
17.1 C
Bhubaneswar

୧୬ ଟି ପୌରାଞ୍ଚଳର ୯୫ଟି ଜଳାଶୟ ହେବ ପୁନଃଉଦ୍ଧାର, ୩୬୪ ମିଶନ ଶକ୍ତି ଗୋଷ୍ଠୀଙ୍କୁ ମିଳିଲା କାର୍ଯ୍ୟାଦେଶ

ଭୁବନେଶ୍ୱର: ଓଡିଶା ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ଆମ ପୋଖରୀ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅନଲାଇନ ଯୋଗେ ବିଭିନ୍ନ ପୌରାଂଚଳ ସହିତ ସଂଯୋଜିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୋଷ୍ଠୀ ସହଭାଗିତାରେ ପରିବେଶ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ଜଳାଶୟ ନିର୍ମାଣ ନିମନ୍ତେ ଏହି ଦୂରଦୃଷ୍ଟି ସଂପନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ‘ମୁକ୍ତା’ ଅନ୍ତର୍ଗତ ଆମ ପୋଖରୀ ଯୋଜନାରେ ସହରାଞ୍ଚଳ ଜଳଶୟଗୁଡିକର ନବୀକରଣ ଓ ପୁନଃଉଦ୍ଧାର ନିମନ୍ତେ ଆଜି ମିଶନ ଶକ୍ତିର ମାଆମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ସହରାଂଚଳ ଜଳାଶୟଗୁଡିକର ଉନ୍ନତିକରଣ ଏବଂ ପୁନଃଉଦ୍ଧାର ନିମନ୍ତେ ୫-ଟି ଅଧୀନରେ କାର୍ଯ୍ୟ ଜାରି ରହିଛି ।

ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜ୍ଞାନ ଓ କାରିଗରୀ କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଏବଂ ଡେପୁଟି ମେୟର ମଂଜୁଲତା କହଁର,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

- Advertisement -

ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥି ଭାଥନନ୍ ରାଜ୍ୟରେ ସହରାଚଂଳ ରୁପାନ୍ତୀକରଣ ସଂପର୍କରେ ଆଲୋକପାତ କରିଥିଲେ । ୫-ଟି ଅଧିନରେ ସହରାଞ୍ଚଳରେ ଅବ୍ୟବହୃତ ହୋଇପଡିଥିବା ଜଳାଶୟଗୁଡିକର ପୁନଃ ଉଦ୍ଧାର ଓ ରୂପାନ୍ତରୀକରଣ କରାଯାଇ, ତାହାକୁ ବ୍ୟବହାର ଉପଯୋଗୀ କରାଯାଉଛି। ଏହା ଦ୍ୱାରା ମାଆମାନେ କେବଳ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବି ହେଉଛନ୍ତି ତାହା ନୁହେଁ, ନିଜର ଦକ୍ଷତା ପ୍ରତିପାଦନ କରିପାରୁଛନ୍ତି ବୋଲି ସେ କହିଥିଲେ।

ମିଶନ ଶକ୍ତିର ମାଆମାନଙ୍କ କରସ୍ପର୍ଷରେ ଭୁବନେଶ୍ୱରର ଚିତ୍ର ବଦଳି ଯାଇଛି। କେବଳ ଜଳାଶୟ ନୁହେଁ, ପାର୍କ ନିର୍ମାଣ ଓ ପରିଚାଳନା, ରାସ୍ତା ସୌନ୍ଦର୍ଯ୍ୟକରଣ, ପେଭର ବ୍ଲକ ଇତ୍ୟାଦି କାମ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ବିଶ୍ୱାସକୁ ସଫଳ କରିବା ସହ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ମାଆମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ମାନନୀୟା ମେୟର ସୁଲୋଚନା ଦାସ।
ଶେଷରେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍ୱତନ୍ତ ଶାସନ ସଚିବ ସାଗରିକା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories