www.samajalive.in
Sunday, December 14, 2025
23.1 C
Bhubaneswar

ନିଯୁକ୍ତି ପର୍ବ: ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର: ମ୍ୟୁନିସିପାଲ ପ୍ରଶାସନ ପରିବର୍ତନ ପାଇଁ ଆଜି ଆଉ ଏକ ପଦକ୍ଷେପ ନେଇଛନ୍ତି । ୫ ଟି ଅଧିନରେ ଦକ୍ଷତା, ସ୍ୱଚ୍ଛତା ଏବଂ ଗୋଷ୍ଠୀ ଯୋଗଦାନକୁ ବୃଦ୍ଧି କରିବା ପାଇଁ ଆଜି ୮୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୬୧ ଜଣ ଅମିନ ଓ ୨୮ ଜଣ ଅଡିଟର ଅଛନ୍ତି । ବିଭିନ୍ନ ପୃଷ୍ଠ ଭୂମିରୁ ଆସିଥିବା ଯୁବକ ଯୁବତୀମାନଙ୍କୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ନିଯୁକ୍ତି ପର୍ବ’ରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ନିର୍ଦେଶକ ପୌର ପ୍ରଶାସନ ଶ୍ରୀ ସଂଗ୍ରାମଜିତ୍ ନାୟକଙ୍କ ଅଭିଭାଷଣ ଏକ ନିପୁଣ ଶୈକ୍ଷିକ ପ୍ରଶିକ୍ଷଣ ସ୍ୱରୂପ ରହିଥିଲା । ଏହି ବିଭାଗରେ ପ୍ରଥମଥର ପାଇଁ ଏପରି ନିଯୁକ୍ତି ପ୍ରଦାନ କରାଯାଉଛି ବୋଲି ଶ୍ରୀ ନାୟକ ଅବଗତ କରାଇଥିଲେ । ରାଜ୍ୟରେ ସହରାଂଚଳ ରୂପାନ୍ତରୀକରଣ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଜି. ମାଥି ଭାଥନନ ସୂଚନା ପ୍ରଦାନ କରିଥିଲେ ।

- Advertisement -

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ଓ କାରିଗରୀ କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସଂପର୍କରେ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ଉପଦେଶ ଦେଇଥିଲେ ।

ସାଧାରଣ ନାଗରିକଙ୍କ ସେବାରେ ରୂପାନ୍ତରୀକରଣ ଆଣିବା ଦିଗରେ ୮୯ ଜଣ ନବ ନିଯୁକ୍ତ ଏକ ଶକ୍ତି ଭାବେ ବିଦ୍ୟମାନ ହେବେ । ସେମାନଙ୍କର ସମ୍ମିଳିତ ଉଦ୍ୟମ ସ୍ୱଚ୍ଛ ରାସ୍ତା, ସର୍ବସାଧାରଣ ବ୍ୟବସ୍ଥାରେ ଉନ୍ନତି ଏବଂ କର୍ତବ୍ୟନିଷ୍ଠା ଓ ଉତରଦାୟୀ ପୌର ପ୍ରଶାସନକୁ ନିଶ୍ଚିତ କରାଇବ।

ଏହି ୮୯ ଜଣଙ୍କ ନିଯୁକ୍ତି ପୌର ପ୍ରସାଶନରେ ଏକ ନୂତନ ଅଧ୍ୟାୟର ଆରମ୍ଭ ମାତ୍ର । ତେବେ ଏହିମାନଙ୍କ ନିଯୁକ୍ତି ନିଷ୍ଠାପର ସେବା ପୌରାଂଚଳ ସର୍ବସାଧାରଣଙ୍କ ଅଭିଯୋଗ, ଆବଶ୍ୟକତା ଏବଂ ସ୍ୱପ୍ନକୁ ସାକାର କରିବାରେ ନିଶ୍ଚିତ ଭାବେ ସହାୟକ ହେବ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories