www.samajalive.in
Monday, December 8, 2025
27.1 C
Bhubaneswar

ଛାତ୍ରଙ୍କୁ ହୁମ୍ମା ଫାଣ୍ଡି ଅଧିକାରୀଙ୍କ ମାଡ ଅଭିଯୋଗ, ପ୍ରତିବାଦ କଲେ ଲୋକେ

ଗଞ୍ଜାମ : ରମ୍ଭା ଥାନା ଅଧିନସ୍ଥ ହୁମ୍ମା ଅଞ୍ଚଳର ଜଣେ କଲେଜ ଛାତ୍ରଙ୍କୁ ବିନା କାରଣରେ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ମାଡ଼ ମାରିଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ସୋମବାର ଫାଣ୍ଡି ସମୁଖରେ ପ୍ରତିବାଦ କରିଥିଲେ। ଯାହାଫଳରେ ଦୀର୍ଘ ସମୟ ଧରି ସେଠାରେ ଚାପା ଉତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ଛତ୍ରପୁର ଏସ ଡି ପି ଓ ଗୌର ହରି ସାହୁ,ଛତ୍ରପୁର ଥାନା ଅଧିକାରୀ ନିରୋଦ ଚନ୍ଦ୍ର ସାହୁ, ରମ୍ଭା ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ, ଗଞ୍ଜାମ ଥାନା ଏ ଏସ ଆଇ କ୍ଷେତ୍ର ମୋହନ ସାହୁ ପ୍ରମୁଖ ପହଂଚି ଉପସ୍ଥିତ ଲୋକଙ୍କୁ ବୁଝାସୁଜା କରିଥିଲେ। ଏହାପରେ ବିଜେପିର ଏକ ପ୍ରତିନିଧି ଦଳ ସହ ପୋଲିସ ଆଲୋଚନା କରିଥିଲେ।
ଆସନ୍ତା ସାତ ଦିନ ମଧ୍ୟ୍ୟରେ ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସ. ଡି. ପି. ଓ ପ୍ରତିଶୃତି ଦେବାପରେ ଲୋକମାନେ ସେମାନଙ୍କ ପ୍ରତିବାଦ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଭାଜପା ପକ୍ଷରୁ ଜିଲ୍ଲା ସଭାପତି ଡାକ୍ତର ସୁବାସ ଚନ୍ଦ୍ର ସାହୁ, ପ୍ରଶାନ୍ତ କର, କୃଷ୍ଣ ଚନ୍ଦ୍ର ନାୟକ, ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ବିକ୍ରମ ଦାସ, ପ୍ରମୁଖ ଉପସ୍ଥିତ ରହିଥିଲେ।
ମିଳିଥିବା ସୂଚନା ଅନୁଯାଇ ହୁମ୍ମା ଅଞ୍ଚଳର ତ୍ରିନାଥ ସାହୁଙ୍କ ପୁଅ ଦୀପକ କୁମାର ସାହୁ  ଗତ କାଲି ସାଢେ ଏଗାରଟାରେ ବିରୁଳି କାଇଁଚପୁରରୁ ଯଂଜ୍ଞ ଦେଖି ନିଜ ବାଇକରେ ଘରକୁ ଫେରୁଥିଲେ। ଆସିଲା ବେଳେ ହୁମା ଫାଣ୍ଡି ପୁଲିସ କଳାଯମୁନା ଗ୍ରାମ ନିକଟସ୍ଥ ହିରାଧାରବାଟି କେନାଲ ନିକଟରେ ଅଟକାଇ ମାଡ଼ ମାରିବା ସହ ଫାଣ୍ଡିରେ ଅଟକ ରଖିଥିଲେ। ଏଥିସହ ସେହି ଅଞ୍ଚଳର ଆଉ ଜଣେ ଚାଷୀ ବଂଶୀଧର ମହାନ୍ତି ନିଜ ଶସ୍ୟକ୍ଷେତ୍ରରେ ବାରହା ଜଗି ଥିବା ବେଳେ କଣ ହେଲା ବୋଲି ଦେଖିବାକୁ ଆସିବା ବେଳେ ତାଙ୍କ ବାଇକ ସହ  କାତି ଥିବା ଦେଖି ହୁମ୍ମା ଫାଣ୍ଡି ପୋଲିସ ନେଇ ଆସିଥିଲେ।
ଉଭୟ ଘଟଣାକୁ ନେଇ ଭାଜପା ନେତା ତଥାସ୍ଥାନୀୟ ଲୋକେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କରି ଆସନ୍ତା ସାତ ଦିନ ମଧ୍ୟରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିବା ପରେ ଉତ୍ୟକ୍ତ ଲୋକେ ବୁଝିଥିଲେ। ଏନେଇ ଛାତ୍ର ଜଣଙ୍କ ନିଜ ବାଇକ ରେ ମାରଣାସ୍ତ୍ର ରଖିଥିବା ପୋଲିସ ପ୍ରକାଶ କରିଛି। ମାଡ଼ ମାରିବା କଥା କୁ ପୋଲିସ ଅସ୍ବୀକାର କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories