www.samajalive.in
Friday, December 12, 2025
26.1 C
Bhubaneswar

ଚାରି ଜିଲାର ୪ ଶିଳ୍ପସଂସ୍ଥାରେ ୩୪,୧୦୫ ନିଯୁକ୍ତି; କେବଳ ଭୂଷଣରେ ୧୮୮୦୧

ଭୁବନେଶ୍ୱର: ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ଜିଲ୍ଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି। ଏହିସବୁ କାରଖାନା ୭୬,୬୧୮.୬୪ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତହୋଇଛି। ବିଜେପି ବିଧାୟିକାକୁସୁମଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏହିସୂଚନା ଦେଇଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ଝାରସୁଗୁଡ଼ାଠାରେ ଥିବା ବେଦାନ୍ତ ଆଲୁମିନିୟମ୍‍ କମ୍ପାନୀରୁ ଆଂଶିକ ଉତ୍ପାଦନ ହେଉଥିବାବେଳେଏଠାରେ ୯୭୩୧ ଜଣ କାର୍ଯ୍ୟରତ ଅଛନ୍ତି। ୮୪୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠାହୋଇଥିବା ଏହିକାରଖାନାରୁ ଆଲୁମିନିୟମ୍‍ ଉତ୍ପାଦନ ହେଉଥିବାବେଳେଏଠାରେ ୧୩୫୦ ମେଗାୱାଟର ନିଜସ୍ୱ ତାପଜ ବିଦ୍ୟୁତ୍‍ କେନ୍ଦ୍ର ରହିଛି।
ସେହିଭଳିଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀଠାରେ ଥିବା ଭୂଷଣ ଇସ୍ପାତ କାରଖାନାରେସର୍ବାଧିକ ୧୮,୮୦୧ ଜଣ ବ୍ୟକ୍ତି ନିଯୁକ୍ତି ପାଇଥିବାବେଳେ ବର୍ତ୍ତମାନ କାରଖାନାରୁ ଆଂଶିକ ଉତ୍ପାଦନ ହେଉଛି। ଏହି କାରଖାନାର ମୂଲ୍ୟ ୨୦,୮୦୪.୪୯ କୋଟିଟଙ୍କା। ସମ୍ବଲପୁର ଜିଲ୍ଲାର ଲପଙ୍ଗାଠାରେ ଥିବା ହିଣ୍ଡାଲ୍‍କୋ କମ୍ପାନୀର ଆଦିତ୍ୟ ଆଲୁମିନିୟମ୍‍ କାରଖାନାରେ ୩୫୭୩ ଜଣ କର୍ମ ନିଯୁକ୍ତି ପାଇଛନ୍ତି।ଏହି କାରଖାନାରୁଏବେ ପୂର୍ଣ୍ଣ କ୍ଷମତାବିଶିଷ୍ଟ ଆଲୁମିନିୟମ୍‍ ଉତ୍ପାଦିତ ହେଉଛି। ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲ୍ଲୀଠାରେ ଥିବା ଏନ୍‍ଟିପିସି ତାପଜକେନ୍ଦ୍ରରେ ୨୦୦୦ ଲୋକଙ୍କୁ କର୍ମସଂସ୍ଥାନ ମିଳିଥିବାବେଳେ ଏଠାରେଏବେ ୮୦୦ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଛି।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଶିଳ୍ପକାରଖାନାରେ ସ୍ଥାନୀୟବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋକର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ତଦନୁଯାୟୀ ପ୍ରକଳ୍ପଗୁଡ଼ିକରେ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀସ୍ତରରେ ଆବଶ୍ୟକ ଥିବା ପଦବୀମଧ୍ୟରୁ ୯୦ ପ୍ରତିଶତ ସ୍ଥାନୀୟଲୋକଙ୍କ ଦ୍ୱାରା ପୂରଣକରାଯିବ।କୁଶଳୀଶ୍ରମିକଙ୍କ ପାଇଁ ଥିବା ପଦବୀମଧ୍ୟରୁ ୬୦ ପ୍ରତିଶତ ଓ ପରିଚାଳନାକ୍ଷେତ୍ରରେ ଥିବା ପଦବୀମଧ୍ୟରୁ ଅତିକମ୍‍ରେ ୩୦ ପ୍ରତିଶତ ସ୍ଥାନୀୟ ଯୁବକ ଯୁବତୀଙ୍କ ଦ୍ୱାରା ପୂରଣ ହେବ। ତେବେବରିଷ୍ଠକାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀଗୁଡ଼ିକ ଯୋଗ୍ୟତା ଭିତ୍ତିରେବାହାରୁ ପୂରଣ କରାଯାଇପାରିବ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories