www.samajalive.in
Monday, December 15, 2025
15.1 C
Bhubaneswar

ସମୟର ଠିକ୍‌ ଉପଯୋଗ କର : ମୁଖ୍ୟମନ୍ତ୍ରୀ

ମୁଁ ମୁଖ୍ୟମନ୍ତ୍ରୀ ହେବି : କୋରାପୁଟ ଛାତ୍ରୀ ବିଷ୍ଣୁପ୍ରିୟା

ଭୁବନେଶ୍ବର : ଆମେ ଏବେ ବଡ଼ବଡ଼ ସ୍ବପ୍ନ ଦେଖିପାରୁଛୁ ଏବଂ ସଫଳ ହେବୁ ବୋଲି ମଧ୍ୟ ଭାବୁଛୁ। ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମତରୁ ଏହା ସ୍ପଷ୍ଟ ହୋଇଛି ଯେ ସେମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି ହୋଇଛି। କୋରାପୁଟ ଜିଲାର ଜଣେ ଛାତ୍ରୀ ବିଷ୍ଣୁପ୍ରିୟା କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ବଡ଼ ହେଲେ ସେ ନିଜେ ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାବାସୀଙ୍କ ସେବା କରିବାର ସ୍ବପ୍ନ ଦେଖୁଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇ ତାଙ୍କୁ ଆଶୀର୍ବାଦ କରିଥିଲେ ଏବଂ ସମାଜସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ।
ସେହିପରି ବଲାଙ୍ଗୀର ଛାତ୍ରୀ ଦୀପାଞ୍ଜଳି ବେହେରା ବଡ଼ ହେଲେ ପାଇଲଟ୍ ହେବାକୁ ଚାହିଁଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜୁବାବୁଙ୍କ ସମ୍ପର୍କରେ ଏକ ପୁସ୍ତକ ପ୍ରଦାନ କରାଯିବ ବୋଲି କହିଥିଲେ। ସେହିପରି ସମ୍ବଲପୁରର ଜଣେ ଛାତ୍ରୀ ବାଗ୍ମୀ ବିଶ୍ବଜିତା ସାହୁ ଆଇଏଏସ୍‌ ଅଧିକାରୀ ହେବାର ଇଚ୍ଛା ପ୍ରକଟ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁମାନେ ଆଇଏଏସ୍‌ ବା ଆଇପିଏସ୍‌ ଅଧିକାରୀ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଆଇଏଏସ୍‌ ବା ଆଇପିଏସ୍‌ ଅଧିକାରୀଙ୍କ ସହିତ ସାକ୍ଷାତକାରର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେ। ଏହାଦ୍ବାରା ପିଲାମାନେ ଅଧିକ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୁରୀ ଜିଲାର ଛାତ୍ରୀ ପୂଜାରିଣୀ ନାୟକ ଜଣେ ଆଦର୍ଶ ଶିକ୍ଷକ ଏବଂ କେନ୍ଦ୍ରାପଡ଼ାର ମୁବାସରା ନୁର୍ ବଡ଼ ହେଲେ ଡାକ୍ତର ହେବାର ଆଶା ରଖିଛନ୍ତି। ପିଲାମାନଙ୍କ ଏହି ଉଚ୍ଚ ଆଶା ମୁଖ୍ୟମନ୍ତ୍ରୀଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଆଜିର ପିଲାମାନେ ଆଗାମୀ ଦିନରେ ଓଡ଼ିଶାର ଟେକ ରଖିବେ ବୋଲି ସେ ଦୃଢ ବିଶ୍ବାସ ପୋଷଣ କରିଥିଲେ। ବୁଧବାର ୫-ଟି ବିଦ୍ୟାଳୟ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫ଟି ଜିଲାର ୩୨୮ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ବଲାଙ୍ଗୀର ଜିଲାର ୧୦୦ଟି ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଜିଲାର ୬୧ଟି, ପୁରୀ ଜିଲାର ୫୩ଟି ଓ କେନ୍ଦ୍ରାପଡ଼ା ଜିଲାର ୫୬ଟି ଏବଂ କୋରାପୁଟ ଜିଲାର ୫୮ଟି ଉଚ୍ଚ ବିଦ୍ୟାଳୟ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ଦୁଇଦିନରେ ସମୁଦାୟ ୬୮୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହୋଇଛି।
ଏହି ଅବସରରେ ଆଭାସି ଜରିଆରେ ଯୋଡ଼ି ହୋଇଥିବା ବିଦ୍ୟାଳୟଗୁଡ଼ିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସମ୍ପର୍କରେ ବୁଝାଇ ସମୟ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ସମୟର ଗୁରୁତ୍ବ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ମୁଖ୍ୟମନ୍ତ୍ରୀ କହିଲେ ଯେ ଛାତ୍ରଛାତ୍ରୀଙ୍କ ସଫଳତା ହେଉଛି ଓଡ଼ିଶାର ସଫଳତା। ୫-ଟି ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡ଼ିଶାର ଗୌରବ ବୃଦ୍ଧି ହେବ କାର୍ଯ୍ୟକ୍ରମରେ କୋରାପୁଟ ଜିଲାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବଲାଙ୍ଗୀରରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସମ୍ବଲପୁରରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ପୁରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ କେନ୍ଦ୍ରାପଡ଼ାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ସେମାନଙ୍କ ମତାମତ ରଖି ଶିକ୍ଷା କ୍ଷେତ୍ରରେ ଏ ରୂପାନ୍ତରଣ ଓଡ଼ିଶାର ଭବିଷ୍ୟତକୁ ଉଜ୍ଜ୍ଵଳ କରିବ ବୋଲି ମତ ଦେଇଥିଲେ।
କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ଆଗାମୀ ୬ ମାସ ମଧ୍ୟରେ ରାଜ୍ୟର ସବୁ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ପିଲାମାନଙ୍କ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁସବୁ ନିର୍ଦେଶ ଦେଉଛନ୍ତି, ସେଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories