www.samajalive.in
Monday, December 15, 2025
26.1 C
Bhubaneswar

ମନୋଜ ଦାସ

ବାଲେଶ୍ୱର ଜିଲାର ଶଙ୍ଖାରି ଗାଁରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖଦିନ ମନୋଜ ଦାସ ଜନ୍ମଗ୍ରହଣ କରିଥିଲେ। ଛାତ୍ରବସ୍ଥାରୁ ଲେଖାଲେଖି କରୁଥିବା ମନୋଜ ହାଇସ୍କୁଲରେ ପଢ଼ିବା ସମୟରେ ତାଙ୍କର କବିତା ସଙ୍କଳନ ‘ଶତାବ୍ଦୀର ଆର୍ତ୍ତନାଦ’ ପ୍ରକାଶିତ ହୋଇଥିଲା। ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଦକ୍ଷ କିମ୍ବଦନ୍ତୀ ଗାଳ୍ପିକ ଓ ଔପନ୍ୟାସିକ ମନୋଜ ଦାସ ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ। ୧୯୬୩ରେ ପଣ୍ଡିଚେରୀ ଯିବା ପରେ ଶ୍ରୀଅରବିନ୍ଦଙ୍କ ଚେତନାରେ ସେ ପ୍ରଭାବିତ ହେଲେ। ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ସେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରିବା ସମୟରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଶ୍ରମରେ ଗଭୀର ଆଧ୍ୟାତ୍ମିକ ଦର୍ଶନରେ ଅଭିମନ୍ତ୍ରିତ ହୋଇଥିଲେ। ନିଜ ସାରସ୍ବତ ସାଧନା ପାଇଁ ଆଧ୍ୟାତ୍ମବାଦୀ ସାଧକ ମନୋଜ ଦାସ ପଦ୍ମଶ୍ରୀ, ପଦ୍ମଭୂଷଣ, ସରସ୍ବତୀ ସମ୍ମାନ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମି, ଓଡ଼ିଶା ସାହିତ୍ୟ ଏକାଡେମି, ସରସ୍ବତୀ ସମ୍ମାନ, ଶାରଳା ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କର ଲୋକପ୍ରିୟ ସଙ୍କଳନ ମଧ୍ୟରେ ରହିଛି ସମୁଦ୍ରର କ୍ଷୁଧା, ଜୀବନର ସ୍ବାଦ, ଶେଷ ବସନ୍ତର ଚିଠି, ଅବୋଲକରା କାହାଣୀ, ବିପ୍ଳବୀ ଫକୀରମୋହନ, ଅରଣ୍ୟକ ଇତ୍ୟାଦି। ଯୁଗସ୍ରଷ୍ଟା ଲେଖକ ମନୋଜ ଦାସ ୨୦୨୧ ଏପ୍ରିଲ୍ ୨୭ରେ ପରଲୋକ ଗମନ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories