ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୪୩,୯୩୮ ଜଣ ସୁସ୍ଥ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୨.୫% ଓ ସାପ୍ତାହିକ ସଂକ୍ରମଣ ହାର ୨.୦୭% ରହିଛି। ଏଥିସହିତ ଆରୋଗ୍ୟ ହାର ୯୭.୭୨% ରହିଛି। ରବିବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୫୫.୩୬ କୋଟି କୋଭିଡ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ସେହି ସମୟ ସୁଦ୍ଧା ମୋଟ ୮୦.୮୫ କୋଟି ପାନ ଟିକା ଦିଆଯାଇଛି। ଦେଶରେ ସଂପ୍ରତି ୩,୧୮,୧୬୧ ସକ୍ରିୟ ସଂକ୍ରମିତ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିକଟରେ ସଂପ୍ରତି ୫.୪୩ କୋଟି ପାନ ଟିକା ଉପଲବ୍ଧ ରହିଛି। ଆଉ ୧୫ ଲକ୍ଷ ପାନ ଟିକା ଖୁବଶୀଘ୍ର ଯୋଗାଇ ଦିଆଯିବ।
Popular Categories



