ନୂଆଦିଲ୍ଲୀ: ଦେଶରେ ସୋମବାର ଦିନକ ମଧ୍ୟରେ ୩୦,୫୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୋଟିଏ ଦିନରେ ୩୮,୮୮୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୦୪,୯୫୮କୁ ବୃଦ୍ଧିପାଇଛି। କରୋନାରୁ ଏପର୍ଯ୍ୟନ୍ତ ୩,୦୮,୯୬,୩୫୪ ଜଣ ଆରୋଗ୍ୟଲାଭ କରିସାରିଛନ୍ତି। ସୁସ୍ଥତା ହାର ଦେଶରେ ୯୭.୩୮% ରହିଛି।
ଦେଶରେ ଦୈନିକ ସଂକ୍ରମଣ ହାର ୧.୮୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୯% ରହିଥିବା ଜଣାଯାଇଛି। ସୋମବାର ସଂଧ୍ୟା ସୁଦ୍ଧା ମୋଟ ୪୭.୧୨ କୋଟି ନମୁନା ପରୀକ୍ଷା କରାଯାଇଛି। ତାହାସହିତ ଦେଶରେ ୪୭.୮୫ କୋଟି ପାନ ଟିକା ଦିଆଯାଇସାରିଛି।
ଦେଶରେ ୨୪ ଘଣ୍ଟାରେ ୩୦,୫୪୯ ନୂଆ କୋଭିଡ ସଂକ୍ରମିତ
Popular Categories



