www.samajalive.in
Monday, December 15, 2025
17.1 C
Bhubaneswar

ଡକାୟତି ଯୋଜନା ପଣ୍ଡ : ୩ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ଗୋପାଳପୁର : ଗୋଳନ୍ଥରା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ପୁଲିସ ଆଗରେ ଧୂଳି ଦେଇ ଫେରାର ଥିବା ୩ ଦୁର୍ଦ୍ଦାନ୍ତ ଅପରାଧୀ ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ କବଜାରେ ପଡ଼ି ଜେଲ ଯିବାକୁ ପଡ଼ିଛି। ଗିରଫ ଡ଼କାୟତ ମାନେ ହେଲେ ଜୁଗୁଡିର ଶଙ୍କର ଗୌଡ଼, ମେଦିନୀପୁରର ନିଗମ ପ୍ରଧାନ ଓ ଗୌତମ ପ୍ରଧାନ ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କ ନିକଟରୁ ୩ ଟି ଦେଶୀ ବୋମା, ୨ ଟି ଲୁହା ଛଡ଼, ଗୋଟିଏ ଖଣ୍ଡା ସହ ମଦ ବୋତଲ ଜବତ ହୋଇଛି। ରାତିରେ କିଛି ଯୁବକ ବ୍ରହ୍ମପୁର ଚିକିଟି ରାସ୍ତାର  ଘଟକେଶ୍ବର ଛକ ଠାରେ ଥିବା ଏକ ନିଛାଟିଆ ସ୍ଥାନରେ ବସି ରହିଥିବା ଖବର ପାଇ ଥାନା ଏଏସଆଇ ଗୁଣନିଧି ରାଉତ ଓ ଏକ ଦଳ ସେଠାରେ ଚଢଉ କରିଥିଲେ। ଚଢଉ ସମୟରେ ଅନ୍ଧାରର ସୁଯୋଗ ନେଇ କେତେକ ଖସି ଯାଇଥିବା ବେଳେ ଉପରୋକ୍ତ ୩ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଥିଲେ। ଘଟଣା ନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ସହ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories