www.samajalive.in
Monday, December 15, 2025
26.1 C
Bhubaneswar

ଜଙ୍ଗଲରେ ହାତୀ ମଲେ ମିଳୁଛି ପୁରସ୍କାର !

ନୀଳଗିରି : ବନବିଭାଗର ଅଜବ ନୀତିକୁ ନେଇ ସମ୍ପ୍ରତି ଚର୍ଚ୍ଚା ଜୋର ଧରିଛି । ଜଙ୍ଗଲରେ ହାତୀ ମଲେ କାର୍ଯ୍ୟାନୁଷ୍ଠାନ ବଦଳରେ ଏଠାରେ ପୁରସ୍କାର ମିଳିବା ଘଟଣା ହଟଚମଟ ସୃଷ୍ଟି କରିଛି । ଏହି ଖବର ଶୁଣିବା ପରେ ଜନ୍ତୁପ୍ରେମୀ, ପରିବେଶବିତଙ୍କ ମଧ୍ୟରେ ଅସନ୍ତୋଷ ଭରି ଦେଇଛି । ଦୁଇଦିନ ପୂର୍ବରୁ ବନବିଭାଗ ତରଫରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ  ମନ୍ତ୍ରୀ ପ୍ରଦୀପ ଅମାତ, ପିସିସିଏଫ (ୱାଇଲ୍ଡ ଲାଇଫ) ଦେବୀଦତ୍ତ ବିଶ୍ୱାଳଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏଥିରେ ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟରଙ୍କୁ ପୁରସ୍କୃତ କରାଯାଇଛି।

ଗତ ୨୦୨୨ମସିହା ମାର୍ଚ୍ଚ ୨୦ତାରିଖରେ ପଞ୍ଚଲିଙ୍ଗେଶ୍ୱର ସେକ୍ସନ ଅଧୀନ ବାମ୍ପିଦେଥଳି ଏବଂ ଫଟାଚୁଳିଆରେ ୨ଟି ହାତୀର ମୃତ୍ୟୁ ଘଟିଥିଲା । ଡିସେମ୍ବର ୧୦ତାରିଖରେ କଦମ୍ବଶୁଳ ଅଞ୍ଚଳରେ ଗୋଟିଏ, ଫେବୃୟାରୀ ୨୭ତାରିଖରେ ପଞ୍ଚଲିଙ୍ଗେଶ୍ୱରର ଆହୂତି ଜଙ୍ଗଲରେ ଏବଂ ପୁଣି ଚଳିତ ମାସରେ କଳମାଚତୁରୀରେ ଦନ୍ତା ହାତୀକୁ ହତ୍ୟା କରାଯାଇଛି। ଏହା ସତ୍ତ୍ୱେ ବାଲେଶ୍ୱର ଡିଭିଜନର କୁଲଡିହା ଅଭୟାରଣ୍ୟ ଅଧୀନ ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିବା ଘଟଣା ଉଦବେଗ ସୃଷ୍ଟି କରିଛି । ନୀଳଗିରିର କୁଲଡିହା ଅଭୟାରଣ୍ୟରେ କ୍ରମାଗତଭାବେ ହାତୀ ମୃତ୍ୟୁ ଏବଂ ଜଙ୍ଗଲ ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଥିବା ସ୍ଥଳେ ରାଜ୍ୟ ସରକାର ସମ୍ପୃକ୍ତ ଫରେଷ୍ଟରଙ୍କୁ ପୁରସ୍କୃତ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହୋଇଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories