www.samajalive.in
Sunday, December 14, 2025
23.1 C
Bhubaneswar

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ 

ରେଙ୍ଗାଲି : ଆ​‌​‌ଦିତ୍ୟ ଆଲୁମିନିୟମ ଲପଙ୍ଗା ଓ ସ୍ୱାଧୀନ ଏକତା ସଂଗଠନ ଅନୁକୂଲ୍ୟରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ରେଙ୍ଗାଲି ବ୍ଲକକୁ ଯକ୍ଷ୍ମା ମୁକ୍ତ କରିବାର ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ପ୍ରାରମ୍ଭରେ ରେଙ୍ଗାଲି ଭିଜନ ସେଣ୍ଟର ଠାରୁ ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ପର୍ଯ୍ୟନ୍ତ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ଅବସରରେ, ଆୟୋଜିତ ହୋଇଥିବା  ସଚେତନତା ସଭାରେ, ଓଡିଶା ଆଦର୍ଶ ବିଦ୍ୟାଳୟର  ରାମଣୀକାନ୍ତ ପଧାନ, ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦୀପ୍ତି ରଞ୍ଜନ ପଟେଲ, ବରିଷ୍ଠ ନାଗରିକ ପରିଷଦର ପ୍ରମୁଖ କାର୍ଯ୍ୟକର୍ତ୍ତା ଅନ୍ତର୍ଯ୍ୟାମୀ ପାଣି ଓ ବସନ୍ତ ନାୟକ ଯୋଗଦାନ କରିଥିଲେ। ପାରିପାର୍ଶ୍ଵିକ ଉନ୍ନୟନ ବିଭାଗର ସହ ପ୍ରବନ୍ଧକ ମନୋରଞ୍ଜନ ବେହେରା ବକ୍ତବ୍ୟ ରଖିଥିଲେ। ଯକ୍ଷ୍ମା ନିରାକରଣ ଏକ ସାମାଜିକ ଆନ୍ଦୋଳନ। ଏହାର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ସାମୁହିକ ପ୍ରୟାସ ତଥା ଦୃଢ ଇଛାଶକ୍ତିର ଆବଶ୍ୟକତା ରହିଛି ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ। ଜନ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ଯଦୁମଣି ଗନିକ ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଚେତନତାଧର୍ମୀ କ୍ଷୁଦ୍ର ନାଟକ ” ପରିବର୍ତ୍ତନ ” ପରିବେଷଣ କରାଯାଇଥିଲା। ସ୍ୱାଧୀନ ଏକତା ସଂଗଠନର ସଭାପତି ରାଜୀବ ମିଶ୍ର ଓ କର୍ମକର୍ତ୍ତା ସକ୍ରିୟ ଭାବେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପାରିପାର୍ଶ୍ଵିକ ଉନ୍ନୟନ ବିଭାଗୀୟ ମୁଖ୍ୟ ଶ୍ଵେତା ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories