www.samajalive.in
Monday, December 15, 2025
27.1 C
Bhubaneswar

ଅଷ୍ଟ୍ରେଲିଆକୁ ୨୬୫ରନର ଟାର୍ଗେଟ ଦେଲା ଭାରତ

ଆଡିଲେଡ: ଅଷ୍ଟ୍ରେଲିଆର ଆଡିଲେଡ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳକୁ ୨୬୫ରନର ଟାର୍ଗେଟ ଦେଇଛନ୍ତି । ଟସ୍‌ ହାରି ଅଷ୍ଟ୍ରେଲିଆର ନମନ୍ତ୍ରଣ କ୍ରମେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରାରମ୍ଭିକ ଦୁଇ ୱିକେଟ ହରାଇବା ପରେ ସଂଘର୍ଷ କରି ମ୍ୟାଚକୁ ସ୍ଥିତିକୁ ଆଣିଥିଲେ ରୋହିତ ଶର୍ମା ଓ ଶ୍ରେୟସ ଆୟର । ନିର୍ଦ୍ଧାରିତ ୫୦ଓଭରରେ ୯ୱିକେଟ ହରାଇ ୨୬୪ରନ ସଂଗ୍ରହ କରିଛି ଭାରତ । ରୋହିତ ଓ ଆୟର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।

ଦିନିକିଆରେ ବାରମ୍ବାର ଟସ୍‌ ହାରିବା ସହ ଆଡିଲେଡରେ ମଧ୍ୟ ଟସ୍‌ ହାରିଥିଲା ଭାରତ । ଓପନିଂ କରିବାକୁ ଆସିଥିଲେ ରୋହିତ ଓ ଗିଲ୍‌ । ମାତ୍ର କଙ୍ଗାରୁ ଦଳର ଘାତକ ବୋଲିଂରେ ୬ତମ ଓଭରରେ ଆଉଟ ହୋଇଥିଲେ କ୍ୟାପଟେନ ଗିଲ୍‌ । ମାତ ୯ରନ କରି ପାଭିଲିୟନ ଫେରିଥିଲେ ଗିଲ୍‌ । ଏହାପରେ ବିରାଟ ମଧ୍ୟ ଶୂନ୍ୟ କରି ଆଉଟ୍‌ ହୋଇଥିଲେ । ପରେ ସ୍ଥିତି ସମ୍ଭାଳିଥିଲେ ରୋହିତ ଓ ଆୟର । ରୋହିତଙ୍କ ସହ ମିଶ ଶତକୀୟ ପାର୍ଟନରସିପ୍‌ ଖେଳିଥିଲେ ଶ୍ରେୟସ୍‌ । ଚାମ୍ପିଅନ୍ସ ଟ୍ରଫି ପରେ ଅଷ୍ଟ୍ରେଲିଆରେ ଆଜି ପ୍ରଥମ ଅର୍ଦ୍ଧଶତକ ମାରିଥିଲେ ରୋହିତ । ସେ ୯୭ଟି ବଲରେ ୭୪ରନ କରି ଆଉଟ ହୋଇଥିଲେ ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories