www.samajalive.in
Monday, December 15, 2025
14.1 C
Bhubaneswar

ଦେଶରେ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି ୨୬ କୋଟି ୯୦ ଲକ୍ଷ

ଡେସ୍କ: ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ୨୬ କୋଟି ୯୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୧-୧୨ରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୭.୧%ରୁ ୨୦୨୨-୨୩ରେ ୫.୩%କୁ ହ୍ରାସ ପାଇଛି। ୨୦୧୧-୧୨ରେ, ଭାରତରେ ପ୍ରାୟ ୩୪୪.୪୭ ନିୟୁତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିଲେ। ୨୦୨୨-୨୩ ସୁଦ୍ଧା ଏହି ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇ ୭୫.୨୪ ନିୟୁତରେ ପହଞ୍ଚିଛି।

ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ୨୦୧୧-୧୨ରେ ଗରିବଙ୍କ ସଂଖ୍ୟା ୬୫% ଥିଲା। ଗତ ଦଶନ୍ଧି ମଧ୍ୟରେ ମୋଟ ଦାରିଦ୍ର୍ୟ ହ୍ରାସରେ ଏହି ରାଜ୍ୟଗୁଡ଼ିକର ଦୁଇ ତୃତୀଯ଼ାଂଶ ଯୋଗଦାନ ରହିଛି। ୨୦୧୭ ମୂଲ୍ୟ ସୁଚକାଙ୍କ ଉପରେ ଆଧାର କରି ଦୈନିକ ଦାରିଦ୍ର୍ୟ ସୀମାରେଖା ୨.୧୫ ଡଲାର ବ୍ୟବହାର କରି ଭାରତରେ ଦାରିଦ୍ର୍ୟ ହାର ୨୦୧୧ରେ ୧୬.୨%ରୁ ୨୦୨୨ରେ ୨.୩%କୁ ହ୍ରାସ ପାଇଛି।

- Advertisement -

ଏହାର ଅର୍ଥ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୦୫.୯୩ ନିୟୁତରୁ ୩୩.୬୬ ନିୟୁତକୁ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କ ଉତ୍କଟ ଦାରିଦ୍ର୍ୟକୁ ଦୈନିକ ୩.୦୦ ଆମେରିକୀୟ ଡଲାରରୁ କମ୍ ଆୟ ସ୍ଥିର କରାଯାଇଛି ଯାହା ୨୦୨୧ ମୂଲ୍ୟ ସୁଚକାଙ୍କ ଉପରେ ପର୍ଯ୍ୟବସିତ।

ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବ୍ୟାପକ ଦାରିଦ୍ର୍ୟ ହୋଇଛି। ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୮.୪%ରୁ ୨.୮%କୁ ହ୍ରାସ ପାଇଥିବା ବେଳେ ସହରାଞ୍ଚଳରେ ଏହି ହାର ୧୦.୭%ରୁ ୧.୧%କୁ ହ୍ରାସ ପାଇଛି।

ଏହି ଦାରିଦ୍ର୍ୟ ହ୍ରାସ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ମାନ ଭଳି ସୂଚକରେ ଉନ୍ନତିକୁ ଦର୍ଶାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories