ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୨୦୨୬ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ବ୍ରାଜିଲର ବ୍ରାସିଲିଆଠାରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଉଦଦାପନୀ ଦିବସରେ ଏ ନେଇ ଘୋଷଣା କରିଛନ୍ତି। ଏହି ଅବସରରେ ବ୍ରିକ୍ସ ରାଷ୍ଟ୍ର ସମୂହ ଭାରତର ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ଦୃଢ଼ ନିନ୍ଦା କରିଥିଲେ। ଏହା ସହିତ ଆତଙ୍କବାଦ ବିରୋଧରେ ଗଠନମୂଳକ ଭାବେ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ରାଷ୍ଟ୍ରଗୁଡ଼ିକ ଆହ୍ବାନ କରିଛନ୍ତି। ଚୂଡ଼ାନ୍ତ ଘୋଷଣାନାମାରେ ବ୍ରିକ୍ସ ରାଷ୍ଟ୍ରସମୂହ ଏକତ୍ର ହୋଇ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାକୁ ସହମତି ପ୍ରକାଶ କରିଛନ୍ତି।
ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ବିଭିନ୍ନ ପ୍ରସଙ୍ଗ ଯେପରିକି କୃତ୍ରିମ ବୁଦ୍ଧିମତ୍ତା, ଅର୍ଥନୈତିକ ସହଯୋଗ ଏବଂ ସଂସଦୀୟ ସହଯୋଗ କ୍ଷେତ୍ରରେ ଏକତ୍ର ହୋଇ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ବାଚସ୍ପତି ଓମ ବିର୍ଲା ତାଙ୍କ ମନ୍ତବ୍ୟରେ କହିଛନ୍ତି। ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ସେ ବ୍ରାଜିଲ ସଂସଦ, ସରକାର ଏବଂ ଦେଶବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।



