www.samajalive.in
Saturday, December 6, 2025
16.1 C
Bhubaneswar

ଅଂଶୁଘାତରେ ଗଲାଣି ୨୬ ଜୀବନ

ଭୁବନେଶ୍ବର : ଚଳିତ ବର୍ଷ ରାଜ୍ୟରେ ଏପ୍ରିଲରୁ ଏପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଲାଗି ରହିଛି। ଟାଣଖରା ଯୋଗୁଁ ରାଉରକେଲା ଏବଂ ଝାରସୁଗୁଡା ଜିଲାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ବଢୁଛି। ଏସନ ରାଜ୍ୟରେ ମୋଟ ୧୪୧ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଜିଲାପାଳମାନଙ୍କ ପାଖକୁ ଆସିଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଯୁଗ୍ମ କମିଟି ଦ୍ବାରା ଯାଞ୍ଚ ପରେ ମୋଟ ୨୬ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବାକି ୮ଜଣଙ୍କ ଅନ୍ୟ କାରଣରୁ ମୃତ୍ୟୁ ଘଟିଛି। ୧୦୭ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଉପରେ ଜିଲାପାଳମାନଙ୍କ ଦ୍ବାରା ଯୁଗ୍ମ କମିଟି ମାଧ୍ୟମରେ ତଦନ୍ତ ଜାରି ରହିଛି। ଗତ ୩୦ ତାରିଖ ଟାଣଖରାରେ ଅଂଶୁଘାତ ଜନିତ ମୃତ୍ୟୁ ନେଇ ୪୨ଟି ଅଭିଯୋଗ ଆସିଥିଲା। ଏଥିରୁ ୬ ଜଣଙ୍କ ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ ସ୍ପଷ୍ଟ କରାଯାଇଛି।  ତେବେ ଗତକାଲି ଅପେକ୍ଷା ରବିବାର ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ସେଠାରେ ପାରଦ ୪୭ଡିଗ୍ରୀ ଟପିଥିବା ବେଳେ ତାହା ୪୨ ଡିଗ୍ରୀକୁ ଖସି ଆସିଛି।  ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୪୨.୫ଡିଗ୍ରୀ ରେକର୍ଡ ହୋଇଛି। ସୁବର୍ଣ୍ଣପୁର ୪୨.୩, ବଲାଙ୍ଗିର ୪୨.୩, ବୌଦ୍ଧ ୪୨.୧, ନୂଆପଡା ଓ ଭବାନୀପାଟଣା ୪୦.୫, ଝାରସୁଗୁଡା ୪୦.୪ ଏବଂ ସମ୍ବଲପୁରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୨ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମପ୍ରବାହ। ଉପକୂଳ ଓଡିଶାରେ ୪ ଦିନ ଗୁଳୁଗୁଳି ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories