www.samajalive.in
Sunday, December 7, 2025
23.1 C
Bhubaneswar

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା, ଓଡ଼ିଶାରୁ କେହି ନାହାନ୍ତି

କଟକ: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ବୁଧବାରଠାରୁ ୨୪ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବ। ଉକ୍ତ ପ୍ରତିଯୋଗିତା ୧୬ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତରୁ ୫୪ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଦଳରେ ଜଣେ ହେଲେ ଓଡ଼ିଶା ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ଶେଷ ଦୁଇ ସଂସ୍କରଣରେ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ ପଦକ ହାସଲ କରିଥିବାବେଳେ ୨୦୨୩ ବ୍ୟାଙ୍କକ୍‌ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଜଣେ ହେଲେ ଓଡ଼ିଶା ଖେଳାଳି ଯୋଗ୍ୟତା ହାସଲ କରିନପାରିବା ଓଡ଼ିଶାର କ୍ରୀଡ଼ା ଦକ୍ଷତାକୁ ପ୍ରତିପାଦିତ କରିଛି। ଦୂତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ, ଶ୍ରାବଣୀ ନନ୍ଦଙ୍କ ପରେ ଏବେ ପରବର୍ତ୍ତୀ ଆଥ୍‌ଲେଟ୍‌ ସୃଷ୍ଟି କରିବାରେ ଓଡ଼ିଶା ବିଫଳ ହୋଇଛି। ଓଡ଼ିଶାରେ ଭିତ୍ତିଭୂମି , ସୁବିଧାସୁଯୋଗ, ପ୍ରୋତ୍ସାହନ ଥାଇ ମଧ୍ୟ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଜଣେ ହେଲେ ଓଡ଼ିଆ ଯୋଗ୍ୟତା ହାସଲ କରିନପାରିବା ବ୍ୟଥିତ କରିଛି।

୨୦୧୭ରେ କଳିଙ୍ଗ ଷ୍ଟାଡ଼ିୟମରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମହିଳା ୧୦୦ ମିଟର ଦୌଡ଼ରେ ଦୂତି ଚାନ୍ଦ କାଂସ୍ୟ, ମହିଳା ୪ ଗୁଣା ୧୦୦ ମିଟର ରିଲେରେ କାଂସ୍ୟ, ୨୦୧୯ ଦୋହା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଥିଲେ। ଶ୍ରାବଣୀ ନନ୍ଦ ୨୦୧୭ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୪ ଗୁଣା ୧୦୦ ମିଟର ରିଲେରେ କାଂସ୍ୟ ପଦକ ଜିତିଥିଲେ। ପୂର୍ଣ୍ଣିମା ହେମ୍ବ୍ରମ ୨୦୧୬ ଇଞ୍ଚିୟନ ଏସୀୟ ଦୌଡ଼କୁଦର ହେପ୍ଟାଥ୍ରେଲନରେ କାଂସ୍ୟ, ୨୦୧୭ ଭୁବନେଶ୍ବରରେ କାଂସ୍ୟ ପଦକ ଜିତିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories