ଭୁବନେଶ୍ବର: ନିର୍ମାଣଧୀନ କୋଠାରୁ ଖସି ୨ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି। ନୟାପଲ୍ଲୀ ଥାନା ଅଞ୍ଚଳରେ ୩ ମହଲା କାମବେଳେ ଅଘଟଣ ଘଟିଛି। ଗୁରୁତର ହୋଇଥିବା ୨ ଶ୍ରମିକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ ୨ଜଣ ଶ୍ରମିକ କାମ କରୁଥିବାବେଳେ କୋଠାଟି ଧସିଯିବାରୁ ତଳେ ପଡ଼ି ଯାଇଥିଲେ। କୌଣସି ସୁରକ୍ଷା ବ୍ୟବସ୍ଥା ବିନା କୋଠାକାମ ଚାଲିଥିବା ଅଭିଯୋଗ ହୋଇଛି। ଶ୍ରମିକ ୨ଜଣ ତଳେ ପଡ଼ିଯିବା ପରେ ସେମାନଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। କାମ ଚାଲିଥିବା କୋଠାଟି ଜଣେ ବିଧାୟକଙ୍କ ହୋଇଥିବା ସୂଚନା ମିଳିଛି।



