ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ, ବିଦାୟ ନେଲେ ବି ଏବେ ହେବନି ଅଚଳ
ଭୁବନେଶ୍ବର: ୨ହଜାର ଟଙ୍କିଆ ନୋଟ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି। ବିଦାୟ ଦେବ ୨ ହଜାର ଟଙ୍କିଆ ନୋଟ। ନେଣଦେଣରୁ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ। ବିଦାୟ ନେଲେ ବି ଏବେ ଅଚଳ ହେବ ନାହିଁ ୨ ହଜାର ଟଙ୍କିଆ ନୋଟ। ଆସନ୍ତା ସେପ୍ଟେମ୍ବର ୩୦ ମଧ୍ୟରେ ୨ହଜାର ଟଙ୍କିଆ ନୋଟ ବଦଳାଇ ହେବ। ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ବ୍ୟାଙ୍କରେ ବ୍ୟବସ୍ଥା ରହିବ। ୨୦ହଜାର ଟଙ୍କା ପର୍ଯ୍ୟନ୍ତ ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କରୁ ବଦଳା ଯାଇପାରିବ।
୨୦୧୬ରୁ ୨ହଜାର ଟଙ୍କିଆ ନୋଟକୁ ବଜାର ପ୍ରବେଶ କରାଯାଇଥିଲା ଏବଂ ସେବେଠାରୁ ଏହା ନେଣଦେଣରେ କାରବାର ହେଉଥିଲା। ତେବେ ପ୍ରାୟ ୨ ବର୍ଷ ହେବ ଏହାର ବହୁଳ ପ୍ରଚଳନ ଉପରେ ରୋକ ଲାଗିଥିଲା। କେବଳ ପୁରୁଣା ୨ହଜାର ଟଙ୍କିଆ ନୋଟ ବ୍ୟବହାର କରାଯାଉଥିଲା। ଯେଉଁମାନେ ନିଜ ପାଖରେ ୨ହଜାର ଟଙ୍କିଆ ନୋଟ ଗଚ୍ଛିତ ରଖିଛନ୍ତି ସେମାନେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହାକୁ ପରିବର୍ତ୍ତନ କରି ପ୍ରଚଳିତ ହେଉଥିବା ନୂଆ ନୋଟ ବ୍ୟାଙ୍କରୁ ନେଇପାରିବେ।
Comments are closed.