www.samajalive.in
Monday, December 15, 2025
16.1 C
Bhubaneswar

ଗୋଆ ରାଜନୀତି: ବିଜେପିରେ ଏମ୍‌ଜିପିର ଦୁଇ ବିଧାୟକ

ପାଣାଜୀ: ଗୋଆ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି) ର ଦୁଇ ବିଧାୟକ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଗୋଆର ବିଜେପି ନେତୃତ୍ବ ମେଣ୍ଟ ସରକାରରେ ଏମଜିପି ସହଯୋଗୀ ଦଳ ରହିଛି। ଏହା ସତ୍ତ୍ବେ ଏମଜିପିର ଦୁଇ ବିଧାୟକ ନିଜ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେଇଥିବା ଦୁଇ ବିଧାୟକ ହେଲେ ମନୋହର ଅଜଗାଓଁକର ଓ ଦୀପକ ପାୱାଶକର। ବୁଧବାର ଏହି ଦୁଇ ବିଧାୟକ କାର୍ଯ୍ୟକାରୀ ବାଚସ୍ପତି ମିଚେଲ ଲୋବୋଙ୍କୁ ଏମଜିପି ବିଧାୟକ ଦଳକୁ ବିଜେପିରେ ମିଶ୍ରଣ ଲାଗି ପତ୍ର ଦେଇଥିଲେ। ଗୋଆ ବିଧାନସଭାରେ ଏମଜିପିର ୩ଜଣ ବିଧାୟକ ଥିବାବେଳେ ଦୁଇଜଣ ବିଜେପିରେ ମିଶିଛନ୍ତି। ଏମଜିପିର ଅନ୍ୟତମ ବରିଷ୍ଠ ବିଧାୟକ ସୁଦିନ ଧାବଲିକର ବିଜେପିରେ ଯୋଗ ଦେବାକୁ ମନା କରିଛନ୍ତି। ଧାବଲିକର ଗୋଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଦଳର ଦୁଇ ବିଧାୟକ ବିଜେପିରେ ଯୋଗଦେବାର କିଛି ଘଣ୍ଟା ପରେ ଧାବଲିକରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ସରକାର ବିରୋଧୀ କାର୍ଯ୍ୟ ଅଭିଯୋଗରେ ଧାବଲିକରଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି। ଧାବଲିକରଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ଲାଗି ମୁଖ୍ୟମନ୍ତ୍ରୀ କରିଥିବା ସୁପାରିସକୁ ରାଜ୍ୟପାଳ ମୃଦୁଲା ସିହ୍ନା ଅନୁମୋଦନ କରିଛନ୍ତି। ଅନ୍ୟପକ୍ଷେ ଦୀପକ ପାୱାଶକର ନୂଆ ମନ୍ତ୍ରୀ ଭାବେ ସରକାରରେ ସାମିଲ ହୋଇଛନ୍ତି। ଏପ୍ରିଲ ୨୩ରେ ଗୋଆ ବିଧାନସଭାର ସିରୋଦା ଆସନ ପାଇଁ ଉପନିର୍ବାଚନ ହେଉଥିବାବେଳେ ବିଜେପି ଓ ଏମଜିପି ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସୁଦିନ ତାଙ୍କ ଭାଇ ଦୀପକଙ୍କୁ ଏଠାରେ ଅଲଗା ପ୍ରାର୍ଥୀ କରିଛନ୍ତି। ମେଣ୍ଟ ସତ୍ତ୍ବେ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ସୁଦିନଙ୍କ ଭାଇ ମନା କରିଥିଲେ। ଏମଜିପିର ଦୁଇ ବିଧାୟକ ବିଜେପିରେ ମିଶିବା ପରେ ବିଧାନସଭାରେ ଦଳର ସଂଖ୍ୟା ୧୪ ହୋଇଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଏବେ ୩୬ ସଦସ୍ୟ ଅଛନ୍ତି। ଏଥିରେ କଂଗ୍ରେସ ଓ ବିଜେପିର ସଂଖ୍ୟା ୧୪ ଲେଖାଏଁ ହୋଇଥିବାବେଳେ ଜିଏଫପିର ୩, ସ୍ବାଧୀନ ୩, ଏନସିପି ୧ ଓ ଏମଜିପି ୧।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories