କଂଗ୍ରେସର ନୂଆ ଯୋଜନା ଉପରେ ପ୍ରଶ୍ନ ଉଠାଇବା ମହଙ୍ଗା ପଡ଼ିଲା; ନିତି ଆୟୋଗ ଉପାଧ୍ୟକ୍ଷଙ୍କୁ ଇସି ନୋଟିସ

0

ନୂଆଦିଲ୍ଲୀ: ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ନିର୍ବାଚନ ଆୟୋଗ (ଇସି) ବୁଧବାର ନୋଟିସ ଜାରି କରିଛନ୍ତି। ନୋଟିସର ଜବାବ ଦୁଇଦିନ ମଧ୍ୟରେ ଦେବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି। କଂଗ୍ରେସର ନୂଆ ଯୋଜନା ଉପରେ ରାଜୀବ ପ୍ରଶ୍ନ ଉଠାଇବା ନେଇ ଇସି ତାଙ୍କୁ ଏହି ନୋଟିସ ଜାରି କରିଛନ୍ତି। ରାଜୀବ ଜଣେ ଅମଲାତନ୍ତ୍ର ଅଧିକାରୀ ହୋଇଥିବାରୁ କଂଗ୍ରେସ ନିର୍ବାଚନ ପ୍ରଚାର ଉପରେ ମନ୍ତବ୍ୟ ଦେବା ଆଚରଣବିଧିର ଉଲ୍ଲଙ୍ଘନ କରୁଛି। ଦେଶର ୨୦ ପ୍ରତିଶତ ଗରିବ ପରିବାରକୁ ସର୍ବନିମ୍ନ ରୋଜଗାର ସୁବିଧା ପୂର୍ବକ ବାର୍ଷିକ ୭୨ହଜାର ଟଙ୍କା ଲେଖାଏଁ ଦେବାକୁ କଂଗ୍ରେସ ଘୋଷଣା କରିଛି। ତେବେ କଂଗ୍ରେସର ଏହି ନିର୍ବାଚନ ଯୋଜନାକୁ ରାଜୀବ ସମାଲୋଚନା କରିଥିଲେ। ରାଜୀବ କହିଥିଲେ ଯେ ନିର୍ବାଚନ ଜିତିବା ଲାଗି କଂଗ୍ରେସ ଦିନରେ ଚାନ୍ଦ ଦେଖାଉଛି।

Leave A Reply