ଗୟଳ ଆକ୍ରମଣରେ ୨ ଗୁରୁତର

0

ନୀଳଗିରି: ଗୟଳ ଆକ୍ରମଣରେ ୨ଜଣ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ନୀଳଗିରି ବ୍ଳକ ପିଠାହଡା ପଞ୍ଚାୟତର ସାନ ନୂଆଗାଆଁର ଶିରିଶ ଚନ୍ଦ୍ର କବାଟ (୩୧) ଓ ପ୍ରଦୀପ ବିଶୋଇ(୨୯) ଶୌଚ ହେବା ପାଇଁ ଗ୍ରାମ ନିକଟ ଜଙ୍ଗଲ ମଧ୍ୟକୁ ଯାଇଥିବା ସମୟରେ ଗୟଳ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଗୟଳ ମାନେ ଗ୍ରାମରେ ହିଂସ୍ରଭାବ ଜାତ କରିବାରୁ ଲୋକମାନେ ଭୟଭୀତ ହୋଇ ରହିଥିଲେ।
ନୀଳଗିରିସ୍ଥିତ କୁଳଡିହ ଅଭୟାରଣ୍ୟରୁ ଅନେକ ଗୟଳ ଜନବସତି ଆଡକୁ ମାଡି ଆସୁଥିବାର ଦେଖାଯାଇଛି।

Leave A Reply